ଖାଇବା ପରେ ଫିଙ୍ଗି ଦେଉଛନ୍ତି କି ଫଳ ଚୋପା ! ଏହି ସବୁ ଫଳ ଚୋପାରେ ଲୁଚି ରହିଛି ମୁହଁର ପ୍ରାକୃତିକ ଉପଚାର
1 min read
ଭୁବନେଶ୍ୱର : ଆମେ ଆମର ଦୈନନ୍ଦିନ ଜୀବନରେ ଅନେକ ପ୍ରକାରର କେମିକାଲ ମିଶ୍ରିତ ଜିନିଷ ବ୍ୟବହାର କରିଥିବା ତ୍ୱଜାର ସୁନ୍ଦରତା ବୃଦ୍ଧି ପାଇଁ । ଅନେକ କମ୍ପାନୀ ଗୁଡିକ ନିଜ ନିଜ ପ୍ରଡକ୍ଟକୁ କେମିକାଲ ଫ୍ରି ଅଛି ବୋଲି କହୁଥିବା ବେଳେ, ପ୍ରକୃତ ସତ କଥାଟି ହେଲା ବିନା କେମିକାଲ ବ୍ୟବହାରରେ କୌଣସି ଜିନିଷ ଅଧିକ ଦିନ ଯାଏ ଷ୍ଟୋର ହୋଇ ରହିପାରିନଥାଏ । ତେବେ ଆପଣ ମାନେ ବି ନିଜ ନିଜ ଦୈନନ୍ଦିନ ଜୀବନରେ ଫେସୱାସ, ବ୍ରଣ ପାଇଁ କ୍ରିମ୍ , ମୁହଁରେ ଦାଗ ପାଇଁ କ୍ରିମ,ଆଖିତଳୁ କଳାପଣ ଦୂର କରିବା ପାଇଁ କ୍ରିମ୍ ଇତ୍ୟାଦି ଅନେକ ପ୍ରକାରର ଜିନିଷ ବ୍ୟବହାର କରିଥାଉ । ଯେଉଁ ଥିରେ ଆମର ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଥାଏ । କିନ୍ତୁ ବୟସ ସଙ୍ଗେ ସଙ୍ଗେ ଏହି କେମିକାଲ ପ୍ରଡକ୍ଟର ବ୍ୟବହାର ଯୋଗୁ ମୁହଁର ପ୍ରାକୃତିକ ଚମକ କମିଯାଇଥାଏ ।
ଆପଣମାନେ କୋରିଅନ୍ ଲୋକମାନଙ୍କୁ ଦେଖୁଥିବେ ସେମାନଙ୍କ ମୁହଁ କିଭଳି ଭାବରେ ଚମକୁ ଥାଏ । କାରଣ ସେମାନେ ମୁହଁ ଓ ତ୍ୱଜା ପାଇଁ ବ୍ୟବହାର କରୁଥିବା ପ୍ରଡକ୍ଟ ଗୁଡିକ ଚାଉଳ,ଗହମ,ଡାଲି,ମକ୍କା,ଏବଂ ଅନେକ ଫଳ ମୂଳରୁ ହିଁ ପ୍ରସ୍ତୁତ ହୋଇଥାଏ । କିନ୍ତୁ ଭାରତରେ ବୋହୁ କମ ଲୋକହିଁ ଜାଣିଛନ୍ତି ଯେ ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଅନେକ ଫଳ ପରିବା ଚୋପାରେ ରହିଛି ମୁହଁର ଅନେକ ସମସ୍ୟାର ସମାଧାନ । ଯେପରି କଳାଦାଗ,ବ୍ରଣ,ଟ୍ୟାନ୍,ଆଖିତଳ କଳାଦାଗ ଇତ୍ୟାଦି ।
ଆମେ ଫଳ ଖାଇ ଏହାର ଚୋପାକୁ ଫପାଡି ଦେଇଥାଉ । କିନ୍ତୁ ସେହି ଫଳ ଚୋପାରେ ହିଁ ଲୁଚି ରହିଛି ଅନେକ ପ୍ରାକୃତିକ ସମାଧାନ । ତେବେ ଚାଲନ୍ତୁ ଜାଣିବା କେଉଁ ଚୋପାରେ ରହିଛି ପ୍ରାକୃତିକ ଉପଚାର ।
କଦଳୀ ଚୋପା – ପାଚିଲା କଦଳୀ ଖାଇସାରିବା ପରେ ଏହାକୁ ନଫପାଡି ଏହି ଚୋପାର ଭିତର ପଟକୁ ମୁହଁରେ କିଛି ସମୟ ଧରି ମାଲିସ କରନ୍ତୁ । ଏହାପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ଏହାସୂର୍ଯ୍ୟ ରଶ୍ମି ପ୍ରଭାବରେ ମୁହଁରେ ପଡୁଥିବା କଳାଦାଗ ବା ଟ୍ୟାନ୍କୁ ଦୂର କରିଥାଏ ।
କମଳା ଚୋପା – ସେହିପରି କମଳାର ଚୋପାକୁ ମଧ୍ୟ ଆମେ ପ୍ରାକୃତିକ ସ୍କ୍ରବ୍ ଭାବେ ବ୍ୟବହାର କରିପାରିବା । କିମ୍ବା ଏହାକୁ ଶୁଖାଇ ଗୁଣ୍ଡକରି ଗୋଲାପଜଳରେ ମିଶାଇ ଫେସ୍ ପ୍ୟାକ୍ ଭାବେ ବ୍ୟବହାର କରିପାରିବା । କମଳା ଚୋପାରେ ଭିଟାମିନ ସି ଥାଏ ଯାହା ମୁହଁରେ ବିଭିନ୍ନ ଦାଗ କୁ ଦୂର କରିବା ସହ ମୁହଁର ଗ୍ଲୋ ବଢାଇଥାଏ ।
ଏହି ଲେମ୍ବୁ ଚୋପାକୁ ବେକରେ କଳାପଣ ଦୂର କରିବା ପାଇଁ ମଧ୍ୟ ବ୍ୟବହାର କରାଯାଏ ।
ଅମୃତଭଣ୍ଡା ଚୋପା – ପାଚିଲା ଅମୃତଭଣ୍ଡାର ଚୋପାକୁ ପେଷି ଏହାକୁ ମୁହଁରେ ଲଗାନ୍ତୁ । ଏହା ଦ୍ୱାରା ବ୍ରଣ ସମସ୍ୟା ଦୂର ହୋଇଥାଏ । ଏବଂ ପାଚିଲା ଅମୃତଭଣ୍ଡା କୁ ଗ୍ରାଇଣ୍ଡ କରି ସେଥିରେ ମହୁ ମିସାଇ ଲଗାଇଲେ ମୁହଁର ରଙ୍ଗ ଗୋରା ପଡିଥାଏ ।
ନାସପାତି ଚୋପା – ଏହାର ଚୋପାକୁ ମଧ୍ୟ ଗ୍ରାଇଣ୍ଡ କରି ଲଗାଇବବା ଦ୍ୱାରା ମୁହଁ ଉଜ୍ୱଳ ଦେଖାଯିବା ସହ ଚମକ ବୃଦ୍ଧି ପାଇଥାଏ ।
ସେଓ ଚୋପା – ସେହିପରି ସେଓ ଚୋପାରେ ଆଣ୍ଟି-ଅକ୍ସିଡେଣ୍ଟ ପ୍ରଚୁର ପରିମାଣରେ ଥାଏ । ଏହାର ବ୍ୟବହାର ଦ୍ୱାରା ମୁହଁର କଳାପଣ ଦୂର ହୋଇଥାଏ । ଏବଂ ସୁନ୍ଦରତା ବୃଦ୍ଧି ପାଏ ।
ଡାଳିମ୍ବ ଚୋପା – ଏହି ଫଳର ଚୋପା ମୁହଁରେ ବ୍ୟବହାର କରିବାଦ୍ୱାରା ମୁହଁର କୋଷିକା ସୁସ୍ଥ ରହିଥାଏ ।
ଆଳୁ ଚୋପା – ଏହି ପରିବାର ଚୋପା କୁ ଗ୍ରାଇଣ୍ଡିଙ୍ଗ କରି ମୁହଁରେ ଲଗାଇ ୧୦ ମିନିଟ୍ ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ଏଭଳି ପ୍ରତ୍ୟକ ଦିନ କରିବା ଦ୍ୱାରା ମୁହଁର କଳା ଦାଗ ଏବଂ ବ୍ରଣ ଦାଗ ସହଜରେ ଲିଭି ଯାଇଥାଏ ।