Pratidin TV

Odisha's Digital News Platform

ଜୀବନ ନେଉଛି NH 55 , ପୁଣି ଗଲା ୩ ଜଣଙ୍କ ଜୀବନ ।

1 min read

ଅନୁଗୋଳ ; ଜାତୀୟ ରାଜପଥ ୫୫ ନେଲା ଜୀବନ। ଅନୁଗୁଳ ପଞ୍ଚମହଲା ନିକଟରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା । ଟ୍ରକ ଚାପାରେ ୩ ଜଣଙ୍କର ମୃତ୍ୟୁ ଘଟିଛି।

ସୂଚନା ଆନୁସାରର ୩ ଜଣ ଯୁବକ ଏକ ମୋଟରସାଇକେଲରେ ଅନୁଗୁଳ ଆଡକୁ ଆସୁଥିବା ବେଳେ ଜାତୀୟ ରାଜପଥ ୫୫ ପଞ୍ଚମହଲା ନିକଟରେ୧୬ ଚକିଆ ଟ୍ରକ ସେମାନଙ୍କୁ ପଛରୁ ଧକ୍କା ଦେବା ସହ କିଛି ବାଟ ଘୋଷାଡି ନେଇଥିଲା ଫଳରେ ଘଟଣା ସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ହୋଇଛି । ମୃତକ ତିନିଜଣ ଡେରେଜାଙ୍ଗ ଗାଁ ର ଛୋଟୁ ପ୍ରଧାନ , ରାଜେନ୍ଦ୍ର ପ୍ରଧାନ , କୃପା ପ୍ରଧାନ । ଘଟଣାକୁ ନେଇ ଉତ୍ତେଜନା ଦେଖା ଦେଇଛି । ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା ଜାତୀୟ ରାଜପଥ ଅବରୋଧ କରା ଯାଇଛି ।

Advertisement

ସଦର ପୋଲିସ୍ ଘଟଣା ସ୍ଥଳରେ ପହଁଞ୍ଚି ସ୍ଥିତି ନିୟନ୍ତ୍ରଣ କରୁଛି।ତେବେ ଏହା ପ୍ରଥମ ଘଟଣା ନୁହେଁ ପୂର୍ବରୁ ଏଠାରେ ଅନେକ ଜୀବନ ଯାଇଛି । ଯାହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି ।

Leave a Reply

Your email address will not be published. Required fields are marked *