Pratidin TV

Odisha's Digital News Platform

ବାଙ୍ଗିରୀପୋଷୀରେ ପ୍ରଚାର ସମୟରେ ଲୋକସଭା ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କ ରଣ ହୁଙ୍କାର । କହିଲେ ମୁଁ ବାଘ ମୋ ସ୍ତ୍ରୀ …

1 min read

ମୟୁରଭଞ୍ଜ : ସାରା ଓଡ଼ିଶା ହିଟ ୱେଭ ରହିଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ମଧ୍ୟ ଏଥିରେ ବାଦ୍ ପଡିନି । କିନ୍ତୁ ଏହି ସମୟରେ ରାଜନୀତି ପାଣିପାଗ ମଧ୍ୟ ସରଗରମ ହେବାରେ ଲାଗିଛି। ବିଦ୍ୟାଳୟ ଗଣଶିକ୍ଷା , ରାଜସ୍ଵ ବିପର୍ଯ୍ୟୟ ମନ୍ତ୍ରୀ ତଥା ମୟୂରଭଞ୍ଜ ବିଜେଡ଼ି ଲୋକସଭା ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କ ସହ ସ୍ତ୍ରୀ ରଞ୍ଜିତା ମାରାଣ୍ଡି, ବାଙ୍ଗିରୀପୋଷୀ ନିର୍ବାଚନ ମଣ୍ଡଳୀ ବିଜେଡ଼ି ବିଧାୟକ ପ୍ରାର୍ଥୀ ଉଭୟ ନିଜ ନିର୍ବାଚନ ମଣ୍ଡଳୀରେ ହଜାର ହଜାର ସଂଖ୍ୟାରେ ସମର୍ଥକଙ୍କ ସହ ଆଶିର୍ବାଦ ସମାରୋହ ଅନୁଷ୍ଠିତ ହୋଇଯାଇଛି।

ସ୍ଥାନୀୟ ବିଜେଡି କର୍ମକର୍ତ୍ତା , ଜିଲ୍ଲା ପରିଷଦ ଅଧ୍ୟକ୍ଷ,ସଦସ୍ୟ ବୃନ୍ଦ, ସରପଂଚ ପ୍ରମୁଖ ସମର୍ଥକଙ୍କ ସାଙ୍ଗରେ ନେଇ ବିରାଟ ବାଇକ୍ ଶୋଭାଯାତ୍ରା ରେ ଶୁଭ ଶଙ୍ଖ, ହୁଳହୁଳି ଶବ୍ଦରେ ମୟୂରଭଞ୍ଜ ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ସ୍ତ୍ରୀ ବାଙ୍ଗିରୀପୋଷୀ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ରଞ୍ଜିତା ମାରାଣ୍ଡିଙ୍କୁ କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମ ସ୍ଥାନକୁ ପାଛୋଟି ନେଇଥିଲେ । ଆଶୀର୍ବାଦ ସମାରୋହରେ ମନ୍ତ୍ରୀ ତଥା ବିଜେଡ଼ିର ଲୋକସଭା ପ୍ରାର୍ଥୀ ସୁଦାମ ମାରାଣ୍ଡି ଓ ବାଙ୍ଗିରୀପୋଷୀ ବିଧାୟକ ପ୍ରାର୍ଥୀ ରଞ୍ଜିତା ମାରାଣ୍ଡିଙ୍କୁ ସ୍ଥାନୀୟ କର୍ମକର୍ତ୍ତା ଗଣ ଉତୁରି ପୁସ୍ପୁ ଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ।

Advertisement

ମନ୍ତ୍ରୀ ତଥା ବିଜେଡ଼ିର ଲୋକସଭା ପ୍ରାର୍ଥୀ ସୁଦାମ ମାରାଣ୍ଡି,ରଞ୍ଜିତା ମାରାଣ୍ଡି ସମସ୍ତ କର୍ମକର୍ତ୍ତାଙ୍କୁ ଉତୁରି , ପୁଷ୍ପ ଗୁଚ୍ଛ ଦେଇ ଆଶିର୍ବାଦ କାମନା କରିଥିଲେ। ଉକ୍ତ ଆଶୀର୍ବାଦ ସମାରୋହରେ ସୁଦାମ ମାରାଣ୍ଡି ତାଙ୍କ ପତ୍ନୀ ରଞ୍ଜିତା ମାରାଣ୍ଡି ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ସହ କେନ୍ଦ୍ରରେ ଆମର ଜିଲ୍ଲାର ବିକାଶ ପାଇଁ ଯୋଡି ଶଙ୍ଖରେ ବିପୁଳ ମାତ୍ରାରେ ଭୋଟ ଦେବା ପାଇଁ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଅପିଲ କରିଥିଲେ।

Leave a Reply

Your email address will not be published. Required fields are marked *