Pratidin TV

Odisha's Digital News Platform

କଶାବକୁ ଫାଶୀ ଦେଇଥିଲେ , ଏବେ ଲଢିବେ ନିର୍ବାଚନ ଉଜ୍ଜ୍ୱଳ ନିକମ..

ଦିନେ ଆତଙ୍କୀ ଅଜମଲ କଶାବକୁ ଫାଶୀ ଖୁଣ୍ଟରେ ଝୁଲାଇଥିଲେ । ଆଝି ଲଢିବାକୁ ଯାଉଛନ୍ତି ସାଧାରଣ ନିର୍ବାଚନ । ଭାରତୀୟ ଜନତା ପାର୍ଟି ମୁମ୍ବାଇ ନର୍ଥ ସେଣ୍ଟ୍ରାଲରୁ ୨୬/୧୧ ଆତଙ୍କୀ ହମଲାର ଆତଙ୍କୀ କସାବ ବିରୋଧରେ ଲଢିଥିବା ଆଇନଜୀବୀ ଉଜ୍ଜ୍ୱଳ ନିକମଙ୍କ ଉପରେ ଭରସା କରିଛି । ତାଙ୍କ ନାମ ଗତକାଲି ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ପ୍ରକାଶ ପାଇଛି । ତେବେ ଷ୍ଟାଡିଂ ଏମ୍ପି ଏମପି ପୁନମ ମହାଜନଙ୍କ ଟିକଟ କାଟିଦେଇଛି ବିଜେପି । ପୁନମ ୨୦୧୪ ନିର୍ବାଚନରେ ଦିବଙ୍ଗତ ବଲିଉଡ ଅଭିନେତା ତଥା କଂଗ୍ରେସ ନେତା ସୁନୀଲ ଦତ୍ତଙ୍କ ଝିଅ ପ୍ରିୟା ଦତ୍ତଙ୍କୁ ହରାଇ ମୁମ୍ବାଇ ଉତ୍ତର ମଧ୍ୟ ଆସନରେ ବିଜୟୀ ହୋଇଥିଲେ ।

୨୦୧୯ ନିର୍ବାଚନରେ ମଧ୍ୟ ଏହି ସଫଳତାକୁ ପୁନମ ମହାଜନ ପୁଣି ଥରେ ଦୋହରାଇଥିଲେ । ଆତଙ୍କୀ ଅଜମଲ କସାବ ମାମଲାରେ ସରକାରଙ୍କ ପକ୍ଷରୁ କେସ ଲଢୁଥିଲେ ବିଶିଷ୍ଟ ଆଇନଜୀବୀ ଉଜ୍ଜ୍ୱଳ ନିକମ । ଯିଏକି କସାବକୁ ଫାଶୀ ଖୁଣ୍ଟରେ ଝୁଲାଇଥିଲେ । ଏଥର ପୁନମଙ୍କୁ ଛାଡି ଉଜ୍ଜ୍ୱଳ ନିକମଙ୍କ ଉପରେ ଭରସା କରିଛି ଦଳ । ବିଜେପି ପକ୍ଷରୁ ଟିକେଟ ପାଇବା ପରେ ଉଜ୍ଜ୍ୱଳ ନିକମ କହିଛନ୍ତି ଯେ ତାଙ୍କୁ ଦେଶ ସେବା କରିବାର ସୁଯୋଗ ମିଳିଛି । ରାଜନୀତି ମାଧ୍ୟମରେ ସମାଜ ତଥା ରାଷ୍ଟ୍ରର ସେବା କରାଯାଏ । ସେ ନିଶ୍ଚିତ ଭାବରେ ଏହାକୁ ନିଜ କାମରେ ଲଗାଇବେ । ଉଜ୍ଜ୍ୱଳ ନିକମ ଚଳିତ ନିର୍ବାଚନରେ ବର୍ଷା ଗାଏକୱାଡଙ୍କ ବିରୋଧରେ ଲଢିବାକୁ ଯାଉଛନ୍ତି । ଏହି ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ନିକମ କହିଛନ୍ତି ଯେ ‘ବର୍ଷା ହେଉଛନ୍ତି ଜଣେ ବରିଷ୍ଠ ସଦସ୍ୟ ।’

Leave a Reply

Your email address will not be published. Required fields are marked *