Pratidin TV

Odisha's Digital News Platform

ନେତା ହେବ ତ ଏମିତି ; ନିର୍ବାଚନୀ ପ୍ରଚାରରେ ଯାଇ ପାଣି ସମସ୍ୟାର ସମାଧାନ କଲେ ମଙ୍ଗଳା କିଷାନ

1 min read

ଯାଇଥିଲେ ନିର୍ବାଚନୀ ପ୍ରଚାରରେ ପାଣି ସମସ୍ୟାର ତୁରନ୍ତ ସମାଧାନ କଲେ ମଙ୍ଗଳା କିଷାନ । ରାଜ୍ୟରେ ସବୁଠି ଦେଖିବାକୁ ମିଳିଛି ନିର୍ବାଚନ ତାତି । ଏନେଇ ନିଜ ନିଜ ପ୍ରଚାରରେ ଲାଗିପଡିଛନ୍ତି ନେତାମାନେ । ହେଲେ ପ୍ରକୃତ ନେତାତ ସିଏ ଯିଏ ଜନତାର କଥା ଶୁଣି ଆଉ ତାକୁ ସମାଧାନ କର।ଏ । ନିକଟରେ କିଚି ଏଭଳି ଦୃଶୟ ଦେଖିବାକୁ ମିଳିଚି ରାଜଗ।ଙ୍ଗପୁରରେ ।

ରାଜଗାଙ୍ଗପୁର ରାଜଗାଙ୍ଗପୁର ପୌରପାଳିକା ଅନ୍ତର୍ଗତ ୱାର୍ଡ଼ ନମ୍ବର ୭ ର କୁଣ୍ଡୁପଡା ଠାରେ ଦୀର୍ଘ ଦିନ ହେବ ପାଣି ସମସ୍ୟା ରହି ଆସୁଛି। ୱାଟକୋ ପକ୍ଷରୁ ପାଣି ପାଇପ ଲାଇନ ବିଛାଯାଇଛି ହେଲେ ଆଜି ପର୍ଯ୍ୟନ୍ତ ଅଞ୍ଚଳ ବାସୀ ମାନେ ପାଣି ପାଇନାହାଁନ୍ତି । ଏନେଇ ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିଲା। ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ୫ ଥର ର ବିଧାୟକ ମଙ୍ଗଳା କିଷାନ ଆଜି ନିଜ ପୁଅ ଅନୀଲ ବରୁଆ ପାଇଁ ଭୋଟ ଭିକ୍ଷା କରିବା ପାଇଁ କୁଣ୍ଡୁପଡା ଅଞ୍ଚଳକୁ ଯାଇଥିଲେ ସେଠାରେ ପ୍ରଚାର କରୁଥିବା ବେଳେ ଅଞ୍ଚଳ ବାସୀ ଙ୍କ ଠାରୁ ପାଣି ସମସ୍ୟା ବିଷୟରେ ଜାଣିବାକୁ ପାଇଥିଲେ। ମଙ୍ଗଳା କିଷାନ ୱାଟକୋ ଅଧିକାରୀ ଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ତୁରନ୍ତ ପାଣି ସମସ୍ୟା କୁ ସମାଧାନ ମଧ୍ୟ କରିଥିଲେ।

Advertisement

ଏହି ଅଞ୍ଚଳରେ ୮୦ ଜଣ ପରିବାର ବସବାସ କରନ୍ତି।ସମସ୍ତେ ନଳକୂପ ଉପରେ ନିର୍ଭର କରନ୍ତି। ଗ୍ରୀଷ୍ମପ୍ରବାହ ବଢିବାରୁ ନଳକୂପ ରୁ ପାଣି ମଧ୍ୟ ବାହାରୁ ନାହିଁ। ଯାହାଫଳରେ ଅଞ୍ଚଳବାସୀ ମାନେ ଅସୁବିଧା ସମ୍ମୁଖୀନ ହେଉଥିଲେ। ଆଜି ମଙ୍ଗଳା କିଷାନ,ପର୍ଯ୍ୟବେକ୍ଷକ ଧର୍ମେଶ ନାୟକ ଓ ବିଜେଡି କାର୍ଯ୍ୟକର୍ତା ମାନେ ୱାର୍ଡ଼ ନମ୍ବର ୭ କୁଣ୍ଡୁପଡା ଅଞ୍ଚଳରେ ପ୍ରଚାର କରୁଥିବା ବେଳେ ଅଞ୍ଚଳରେ ପାଣି ସମସ୍ୟା ହେଉଛି ବୋଲି ଜାଣିବାକୁ ପାଇଥିଲେ। ଏନେଇ ମଙ୍ଗଳା କିଷାନ ପ୍ରତ୍ୟେକ ଦିନ ୨ ଟ୍ୟାଙ୍କର ପାଣି ଯୋଗାଇବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। କୁଣ୍ଡୁପଡା ଅଞ୍ଚଳ ରାଜଗାଙ୍ଗପୁର ର ପୌରପାଳିକା ଅଧୀନରେ ରହିଥିଲେ ମଧ୍ୟ ଏଥି ପ୍ରତି ଅଧିକାରୀ ଙ୍କ ଦୃଷ୍ଟି ପଡୁନି ବୋଲି ମଙ୍ଗଳା କିଷାନ ବିରକ୍ତି ପ୍ରକାଶ କରିଥିଲେ। ଆଗାମୀ ଦିନରେ ପାଣି ସମସ୍ୟା କୁ କିପରି ସମାଧାନ କରାଯିବ ସେ ନେଇ ଦୃଷ୍ଟି ଦେବୁ ବୋଲି ପ୍ରତିଶୃତି ଦେଇଛନ୍ତି ମଙ୍ଗଳା କିଷାନ।

Leave a Reply

Your email address will not be published. Required fields are marked *