Pratidin TV

Odisha's Digital News Platform

ଚିକେନ୍‌ ସୋର୍‌ମା ପାଲଟିଲା ବିଷ…..୧୨ ଜଣ ଖାଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ହେଲେ ଭର୍ତ୍ତି

1 min read

ଫାଷ୍ଟ ଫୁଡ ଖାଇବାକୁ ସାଧାରଣତଃ ସମସ୍ତ ପିଲା ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରିଥାନ୍ତି | କିନ୍ତୁ ବହଗୁ ସମୟରେ ଅଶୁଦ୍ଧ ପାଣି ଏବଂ ଅତ୍ୟଧିକ ତେଲ ପାଇଁ ଏହି ଫାଷ୍ଟ ଫୁଡ ଖାଇ ଦେହ ଖରାପ ହୋଇଯାଇଥାଏ | ଏହି ଫାଷ୍ଟ ଫୁଡ୍‌ ଲୋକଙ୍କ ପାଇଁ ପାଲଟି ଯାଏ ବିଷ। ତେବେ ଏପରି କିଛି ଘଟିଛି ମୁମ୍ବାଇର ଗୋରେଗାଁଓରେ | ଚିକେନ୍‌ ସୋର୍‌ମା ଖାଇ ୧୨ ଅଧିକ ଗୁରୁତର ହୋଇଛନ୍ତି।

ତେବେ ସୂଚନା ଅନୁସାରେ ଶୁକ୍ରବାର ଦିନ ଗୋରେଗାଓଁ (ପୂର୍ବ) ର ସନ୍ତୋଷ ନଗର ଅଞ୍ଚଳର ସାଟେଲାଇଟ୍ ଟାୱାରରେ ଚିକେନ୍ ସ୍ବରମା ଖାଇବା ପରେ ଏହି ଘଟଣା ଘଟିଥିବା ସେ କହିଛନ୍ତି। ତାହାକୁ ଖାଇ ୧୨ ଅଧିକ ଗୁରୁତର ହୋଇଥିଲେ । ତେବେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ୧୨ ଜଣ ଆହତଙ୍କ ମଧ୍ୟରୁ ୯ ଜଣଙ୍କୁ ଡିସଚାର୍ଜ କରାଯାଇଥିବା ବେଳେ ୩ ଜଣ ଏବେ ବି ଅସୁସ୍ଥ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଫୁଡ୍‌ ପଏଜନିଂ ଯୋଗୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିବା ଅଧିକାରୀ ସୂଚନା ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *