Pratidin TV

Odisha's Digital News Platform

ଆତ୍ମହତ୍ୟା ପାଇଁ ଡେଇଁଲେ ମହାନଦୀକୁ,ହେଲେ ଛୁଇଁ ପାରିଲାନି ମୃତ୍ୟୁ

1 min read

କଟକ : ଆତ୍ମହତ୍ୟା କରୁଥିଲେ ଯୁବକୁ , ହେଲେ ନିକଟରୁ ମୃତ୍ୟୁର ଭୟଙ୍କର ରୂପ ଦେଖି ବଦଳାଇଦେଲେ ନିଷ୍ପତ୍ତି । ଶ୍ରଷ୍ଠାଙ୍କ ସୃଷ୍ଠିରେ ଆମେ ମଣିଷ ହୁଅନ୍ତୁ ବା ପଶୁପକ୍ଷୀ,ଜୀବଯନ୍ତୁ ,ଗଛଲତା ତାଙ୍କ ବିନା ଅନୁମତିରେ କେହି ନା ଜ୍ମ ନିଅନ୍ତି ନା ମୃତ୍ୟୁବରଣ କରନ୍ତି । କୁହନ୍ତିନି ଯାହାକୁ ରଖିବେ ଅନନ୍ତ କି କରିପାରିବ ବଳବନ୍ତ । ସେହିଭଳି ଏକ ଚତ୍ମକାର ଭରା ଘଟଣାଦେଖିବାକୁ ମିଳିଛି କଟକର ମୁଣ୍ଡୁଳି ବ୍ରିଜ୍ ରେ । ମୃତ୍ୟୁକୁ ଚକମା ଦେଇ ମଦାନଦୀର ଅକାତ କାତ ପାଣିରୁ ଫେରି ଆସିଛନ୍ତି ଜଣେ ଯୁବକ ।

ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ରୀରେ ମୁଣ୍ଡୁଳୀ ବ୍ରିଜ୍ ଉପରେ ଏକ ବାଇକ ଥୁଆ ହେବାର ଦେଖିବାକୁ ମିଳିଥିଲା । ହେଲେ ଅନେକ ସମୟ ବିତିଯାଇଥିଲେ ମଧ୍ୟ ଚାଳକ ଜଣଙ୍କୁ ଦେଖିବାକୁ ମିଳିନଥିଲା । ଏନେଇ ସ୍ଥାନୀୟ ଲୋକେ ସନ୍ଦେହରେ ନିକଟସ୍ଥ ଫାଣ୍ଡିକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଓ ଅଗ୍ନିବାହୀ ଟିମ୍ ପହଞ୍ଚି ନଦୀରେ ସର୍ଚ୍ଚ ଅପରେସନ ଚଲେଇବା ସହ ବାଇକ ମାଲିକର ପତା ଲଗେଇଥିଲେ । ତେବେ ଗାଡି ନଂ ଯାଞ୍ଚରୁ ତାହା ନୂଆପଡା ଗ୍ରାମର ପ୍ରଦ୍ୟୁମ୍ନ ବାରିକଙ୍କର ବୋଲି ଜଣାପଡିଥିଲା ।କିନ୍ତୁ ମହାନଦୀରେ ଅନେକ ଖୋଜା ଖୋଜି ପରେ ମଧ୍ୟ ତାଙ୍କୁ ପାଇନଥିଲେ ।

Advertisement


ଆଜି ସକାଳୁ ସ୍ଥାନୀୟ ଲୋକେ ମୁଣ୍ଡୁଳି ବ୍ରିଜ୍ ଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଏକ ଟାପୁରେ ଜଣେ ଯୁବକଙ୍କୁ ଦେଖିବାକୁ ପାଇଥିଲେ । ଏନେଇ ପୁନଶ୍ଚ ପୋଲିସ କୁ ଖବର ଦେଇଥିଲେ । ଅଗ୍ନିବାହୀ ଟିମ୍ ଏବଂ ପୋଲିସ ସେଠାରେ ପହଞ୍ଚି ଯୁବକ ଜଣଙ୍କୁ ଉଦ୍ଧାର କରିଥିଲେ । ଯୁବକ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲା ପୋଲିସ।

ତେବେ ଟାପୁରୁ ଉଦ୍ଧାର ହୋଇଥିବା ଯୁବକ ଜଣଙ୍କ ହେଉଛନ୍ତି ବ୍ରିଜ୍ ଉପରେ ମିଳିଥିବା ଗାଡିର ମାଲିକ ପ୍ରଦ୍ୟୁମ୍ନ । ଗତକାଲି କୌଣସି କାରଣ ବସତ ସେ ମୁଣ୍ଡୁଳି ବ୍ରିଜ୍ ରୁ ଡେଇଁ ଆତ୍ମହତ୍ୟା କରିବାକୁ ପ୍ରୟାସ କରିଥିଲେ । କିନ୍ତୁ ମହାନଦୀର ପ୍ରଖର ସ୍ରୋତରେ ଭାସିଯାଇ ଉକ୍ତ ଟାପୁରେ ଲାଗି ଯାଇଥିଲେ । ଏହାପରେ ଗତକାଲି ରାତିସାରା ସେହି ଟାପୁରେ ହିଁ ରହିଥିଲେ । ଏବଂ ଆଜି ସକାଳୁ ସ୍ଥାନୀୟ ବାସୀଙ୍କ ନଜରକୁ ଆସି ଉଦ୍ଧାର ହୋଇଥିଲେ ।
ବର୍ତ୍ତମାନ ପ୍ରାଥମିକ ଚିକିତ୍ସା ପରେ ପ୍ରଦ୍ୟୁମ୍ନଙ୍କ ସ୍ୱାସ୍ଥ ଅବସ୍ଥାରେ ପରିବର୍ତ୍ତନ ଆସିଛି । ପୁଅ ମୃତ୍ୟୁର ଏତେ ନିକଟରୁ ଫେରି ଆସିବା ପରେ ପରିବାର ଲୋକଙ୍କ ଖୁସିର ସୀମା ନାହିଁ କହିଲେ ଚଳେ ।

Leave a Reply

Your email address will not be published. Required fields are marked *