Pratidin TV

Odisha's Digital News Platform

ଚର୍ଚ୍ଚିତ ଇଞ୍ଚିନିୟର ଶ୍ୱେତା ଆତ୍ମହତ୍ୟା ମାମଲା ; ମାସେ ପରେ ସୌମ୍ୟଜିତଙ୍କୁ ଜେରା କଲା ପୋଲିସ

1 min read

ଭୁବନେଶ୍ୱର : ନିକଟରେ ରାଜଧାନୀ ଭୁବନେଶ୍ୱରରେ ପ୍ରତ୍ୟକଦିନ ଶୁଣିବାକୁ ମିଳୁଛି ଆତ୍ମହତ୍ୟା । ସେଥିମଧ୍ୟରୁ ଅନେକ ଅଭିଯୋଗ ଥାନାରେ ଦିଆଯାଉଥିବା ବେଳେ , କିଛିଟାର ସମାଧାନ ହେବା ବେଳେ ଆଉ କିଛିକୁ ନଜର ଅନ୍ଦାଜ କରୁଛି ପ୍ରଶାସନ । ସେଥି ମଧ୍ୟରୁ ରୁଚିକା ଏବଂ ଶେତ୍ୱାଙ୍କ କେସକୁ ଅନେକ ଦିନ ବିତିଯାଇଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଦେଖାଦେଇନଥିଲା । ଶେତ୍ୱାଙ୍କ ମାମଲାରେ ସୌମ୍ୟଜିତଙ୍କ ନାରେ ଅନେକ ପ୍ରକାରର ପ୍ରମାଣ ଯଥା-ହ୍ୱାଟ୍‌ସଆପ୍ ମେସେଜ୍ , ଏସଏମଏସ ଏବଂ ଫୋନର କଲ ରେକଡିଙ୍ଗସ୍ ଇତ୍ୟାଦି ଥାଇ ମଧ୍ୟ ଖୁଲାମଖୁଲା ବୁଲୁଥିଲେ ସୌମ୍ୟଜିତ୍ । କିନ୍ତୁ ହଠାତ୍ ନିଜ କର୍ତ୍ତବ୍ୟକୁ ନେଇ ଚଳଞ୍ଚଳ ଦେଖାଇଛି ପୋଲିସ । ଦୀର୍ଘଦିନ ପରେ ସୌମ୍ୟଜିତଙ୍କୁ ଚନ୍ଦ୍ରଶେଖରପୁର ଥାନାକୁ ଡକାଇ ପଚରାଉଚରା କରିଛି ପୋଲିସ ।

ନିକଟରେ ପୋଲିସ ଉକ୍ତ ମାମଲାରେ ଚାର୍ଟସିଟ ଦାଖଲ କରିବାକୁ ଯାଉଥିବା ବେଳେ ଏନେଇ ସୌମ୍ୟଜିତଙ୍କୁ ଡାକି ପଚରାଉଚରା କରଯାଇଛି ବୋଲି ଅନୁମାନ କରାଯାଉଛି । ତେବେ ଶେତ୍ୱାଙ୍କ ବାପା ଏବଂ ଭାଇଙ୍କ ଅଭିଯୋଗ ପରେ ପୋଲିସ ପ୍ରଥମେ ସୌମ୍ୟଜିତଙ୍କୁ ଡାକି ଅଳ୍ପ ସମୟ ମଧ୍ୟରେ ହିଂ ଛାଡିଦେଇଥିଲା । ଏବଂ ଏହାପରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିନଥିଲା । ଏପରି ଭାବେ ହଠାତ୍ ସୌମ୍ୟଜିତଙ୍କୁ ତଦନ୍ତ ପାଇଁ କାହିଁକି ଡାକିଛି ପୋଲିସ ? ନା ୟା ପଛରେ ରହିଛି ଆଉ କିଛି ବଡ କାରଣ । ଯାହା ଆସିପାରୁନି ସର୍ବସାଧାରଣଙ୍କ ସମ୍ମୁଖକୁ । ତେବେ ଜେରା ସମୟରେ ସୌମ୍ୟଜିତଙ୍କ ସହ ତାଙ୍କ ବାପା ଏବଂ ସମ୍ପର୍କୀୟ ଭାଇ ମଧ୍ୟ ଥିବା ସୂଚନା ମିଳୁଛି । ସେହିଭଳି ଶ୍ୱେତା ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ସୌମ୍ୟଜିତଙ୍କ ବିରୋଧରେ ୩୦୬ ଦଫା ଲାଗିଥିବା ବେଳେ ତାଙ୍କୁ ଡାକି ପଚରାଉଚରା କରିବାରେ ପୁଲିସ୍କୁ କ’ଣ ପାଇଁ ମାସେ ଲାଗିଗଲା, ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisement

ଅଗଷ୍ଟ ୧୯ ତାରିଖର ବିଳମ୍ବିତ ରାତିରେ ଶ୍ୱେତା ଆତ୍ମହତ୍ୟା କରିଥିଲେ। ଶ୍ୱେତାଙ୍କ କଲ୍ ଡିଟେଲ୍ସ ବାହାରିବା ପରେ ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ସେ ସୌମ୍ୟଙ୍କୁ ୧୫ ଥର କଲ୍ କରିଥିବା ବେଳେ ସୌମ୍ୟଜିତ୍ କିନ୍ତୁ ତାଙ୍କ ଫୋନ ଉଠାଇ ନ ନ ଥିବା ଜଣାପଡ଼ିଥିଲା। ଉଭୟଙ୍କ ବାର୍ତ୍ତାଳାପର ଅଡିଓ ଭାଇରାଲ ହେଉଥିବା ବେଳେ ସେଥିରେ ସୌମ୍ୟଜିତ ଶ୍ୱେତାଙ୍କୁ ଗାଳିଗୁଲଜ କରୁଥିବା ଶୁଣିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *