Pratidin TV

Odisha's Digital News Platform

T20 ୱାର୍ଲ୍ଡକପ୍ ; ନୂଆ କ୍ୟାପଟେନ୍‌ଙ୍କ ସହ ଅଷ୍ଟ୍ରେଲିଆ ଘୋଷଣା କଲା ଖେଳାଳିଙ୍କ ନାଁ , ଜାଣନ୍ତୁ ଲିଷ୍ଟରେ ଅଛନ୍ତିି କେଉଁ କ୍ରିକେଟର ?

1 min read

୨୦୨୧ ମସିହାରେ ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ଟି -୨୦ ବିଶ୍ୱକପ ଟାଇଟଲ ଜିତିଥିଲା ଏବଂ ସେହି ବର୍ଷ ଦଳ ଚାମ୍ପିୟନ ହୋଇଥିବା ଅଧିକାଂଶ ଖେଳାଳିଙ୍କୁ ରଖାଯାଇଛି । ତତ୍କାଳୀନ ଅଧିନାୟକ ଆରୋନ ଫିଞ୍ଚ ଅବସର ନେଇସାରିଥିବା ବେଳେ ସେହି ଦଳର ସଦସ୍ୟ ଥିବା ଷ୍ଟିଭ ସ୍ମିଥଙ୍କୁ ଡ୍ରପ କରାଯାଇଛି।

ଧୀରେ ଧୀରେ ଟି -୨୦ ବିଶ୍ୱକପ ୨୦୨୪ ପାଇଁ ସମସ୍ତ ଦଳ ଘୋଷଣା କରାଯାଉଛି । ବର୍ତ୍ତମାନର ଚାମ୍ପିଅନ୍ ଇଂଲଣ୍ଡ, ଟିମ୍ ଇଣ୍ଡିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ପରେ ବର୍ତ୍ତମାନ ୨୦୨୧ ଚାମ୍ପିଅନ୍ ଅଷ୍ଟ୍ରେଲିଆ ମଧ୍ୟ ଏହାର ୧୫ ଖେଳାଳିଙ୍କ ନାମ ସମସ୍ତଙ୍କ ସାମ୍ନାରେ ଉପସ୍ଥାପନ କରିଛି । ବିଶେଷ କଥା ହେଉଛି ଅଷ୍ଟ୍ରେଲିଆ ଏକ ନୂତନ ଅଧିନାୟକ ପାଇଛି। କ୍ରିକେଟ୍ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ ଚୟନ କରି ନାହିଁ, ଯିଏ ODI ବିଶ୍ୱକପ୍ ଜିତିଥିଲା ଏବଂ ଆଇପିଏଲ୍ ୨୦୨୪ ରେ ହିଟ୍ ହୋଇଥିଲା, କିନ୍ତୁ ଦଳ ଅଲରାଉଣ୍ଡର ମିଚେଲ ମାର୍ଶଙ୍କୁ କ୍ୟାପଟେନ୍ ଭାବରେ ବାଛିଛି। ମାର୍ଶଙ୍କୁ ଅଷ୍ଟ୍ରେଲିଆର ପୂରା ସମୟ ଟି -୨୦ ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଛି। ଆଇପିଏଲରେ ହଇଚଇ ସୃଷ୍ଟି କରୁଥିବା ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ଏବଂ ଯୁବ ଓପନର୍ ଜେକେ ଫ୍ରେଜର ମ୍ୟାକଗର୍କ ୧୫ ଖେଳାଳିଙ୍କ ଦଳରେ ସ୍ଥାନ ପାଇ ନାହାଁନ୍ତି।

Advertisement

୨୦୨୧ ରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଟି -୨୦ ବିଶ୍ୱକପ ଟାଇଟଲ ଜିତିଥିଲା ଜ୍ଝ ସେହି ଦଳରେ ଥିବା ଅଧିକାଂଶ ଖେଳାଳିଙ୍କୁ ମଧ୍ୟ ଏଥର ସ୍ଥାନ ମିଳିଛି। ସେହି ସମୟରେ ଦଳର ଅଧିନାୟକ ଥିବା ଆରୋନ ଫିଞ୍ଚ ଗତ ବର୍ଷ ନିଜେ ଅବସର ନେଇଥିଲେ କିନ୍ତୁ ଷ୍ଟିଭ ସ୍ମିଥ ଟି -୨୦ ଦଳର ଏକ ଅଂଶ ଥିଲେ କିନ୍ତୁ ଏଥର ସେ ବିଶ୍ୱକପ ପାଇଁ ସ୍ଥାନ ପାଇବାରେ ବିଫଳ ହୋଇଛନ୍ତି। ମୋଟ ଉପରେ, ୨୦୨୧ ଦଳର ୬ ଖେଳାଳି ଏଥର ଦଳର ଅଂଶ ନୁହଁନ୍ତି ।

ମାର୍ଶ ପାଇଲେ ଅଧିନାୟକତ୍ୱ ।
ଏହି ଫର୍ମାଟରେ ମିଚେଲ ମାର୍ଶଙ୍କୁ ଦଳର ନିୟମିତ ଅଧିନାୟକ କରିବାକୁ ଅଷ୍ଟ୍ରେଲିଆ ବୋର୍ଡ ଶେଷରେ ଘୋଷଣା କରିଛି। ଗତ ବର୍ଷ ଆରୋନ ଫିଞ୍ଚଙ୍କ ଅବସର ପରେ ଅଷ୍ଟ୍ରେଲିଆର ଧଳା ବଲ ଅଧିନାୟକତ୍ୱରେ ଏକ ବିଭାଜନ ହୋଇଥିଲା। ତା’ପରେ ଟେଷ୍ଟ ଅଧିନାୟକ ପ୍ୟାଟ କମିନ୍ସ ଙଊଓ ର କମାଣ୍ଡ ପାଇଲେ କିନ୍ତୁ ଟି -୨୦ ରେ ପୂର୍ଣ୍ଣ ସମୟ ଅଧିନାୟକତ୍ୱ ନେଇ ନିଷ୍ପତ୍ତି ନିଆଯାଇନଥିଲା। ତେବେ ମାର୍ଶ ଗୋଟିଏ କିମ୍ବା ଦୁଇଟି ସିରିଜରେ ଦଳର ଅଧିନାୟକତ୍ୱ କରିଥିଲେ ଏବଂ ସେହି ଦିନଠାରୁ ତାଙ୍କୁ ସ୍ଥାୟୀ ଅଧିନାୟକ ହେବାର ସମ୍ଭାବନା ପ୍ରକାଶ ପାଇଥିଲା।

Leave a Reply

Your email address will not be published. Required fields are marked *