Pratidin TV

Odisha's Digital News Platform

ଆଡମିରାଲ ଦୀନେଶ କୁମାର ତ୍ରିପାଠୀ ହେଲେ ନୌସେନାର ନୂଆ ମୁଖ୍ୟ ..

1 min read

ଭାରତୀୟ ନୌସେନାକୁ ମିଳିଲା ନୂଆ ମୁଖ୍ୟ । ଆଡମିରାଲ ଦୀନେଶ କୁମାର ତ୍ରିପାଠୀ ନୌସେନାର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ନୌସେନାର ଉପମୁଖ୍ୟ ଭାବେ କାର୍ଯ୍ୟରତ ଥିଲେ । ନୌସେନା ମୁଖ୍ୟ ଭାବେ ଆଡମିରାଲ ହରି କୁମାରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ତାଙ୍କୁ ଏହି ପଦବୀ ପାଇଁ ଚୟନ କରାଯାଇଥିଲା । ଆଜି ଦିଲ୍ଲୀରେ ନୌସେନା ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି ।

୧୯୬୪ ମସିହା ମେ’ ମାସ ୧୫ ତାରିଖରେ ଜନ୍ମଗ୍ରହଣ କରିଥିବା ଭାଇସ ଆଡମିରାଲ ଦୀନେଶ କୁମାର ତ୍ରିପାଠୀ ୧୯୮୫ ମସିହା ଜୁଲାଇ ପହିଲାରେ ଭାରତୀୟ ନୌସେନାରେ ଭର୍ତ୍ତି ହୋଇଥିଲେ । ସେ ପ୍ରାରମ୍ଭିକ ସମୟରେ ଜଣେ ନୌସନିକ ଭାବେ କାର୍ଯ୍ୟନିର୍ବାହୀ ଶାଖାରେ ଯୋଗ ଦେଇଥିଲେ । ଜଣେ ଯୋଗାଯୋଗ ଏବଂ ବୈଦ୍ୟୁତିକ ଯୁଦ୍ଧ ବିଶେଷଜ୍ଞ ଭାବେ ତାଙ୍କର ଅଭିଜ୍ଞତା ରହିଛି । ସେ ପ୍ରାୟ ୩୯ ବର୍ଷ ଧରି ନୌସେନାରେ ଏକାଧିକ ବରିଷ୍ଠ କମାଣ୍ଡିଂ ପଦରେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ନୌସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ପଶ୍ଚିମ-ନୌସେନା କମାଣ୍ଡର ଫ୍ଲାଗ ଅଫିସର କମାଣ୍ଡିଂ-ଇନ-ଚିଫ୍ ଭାବରେ ମୁମ୍ବାଇ ନୌସେନା ବେସରେ କାଯ୍ୟରତ ଥିଲେ ।

Advertisement

Leave a Reply

Your email address will not be published. Required fields are marked *