Pratidin TV

Odisha's Digital News Platform

୬ ରେ ଓଡିଶା ଆସିବେ ମୋଦୀ , କରିବେ ହାଇଭୋଲ୍ଟେଜ ପ୍ରଚାର ..

1 min read

ବାଜିସାରିଲାଣି ନିର୍ବାଚନ ଘଣ୍ଟି । ଚାରିଆଡେ ଚାଲିଛି ହାଇଭୋଲ୍ଟେଜ ପ୍ରଚାର । ଏବେ ପ୍ରଚାର ପାଇଁ କେନ୍ଦ୍ରର ଅନେକ ହେଭିଓ୍ବେଟ୍‌ ନେତା ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି କ୍ରମରେ ପୁଣି ଥରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଆସନ୍ତା ମେ’ ୬ରେ ମୋଦି ଓଡ଼ିଶା ଆସିବେ ବୋଲି ଜଣାପଡିଛି। ସେଦିନ ସେ ସକାଳ ୧୦ଟା ବ୍ରହ୍ମପୁରରେ ଏକ ଜନସଭାକୁ ସମ୍ବୋଧିତ କରିବେ। ଏହାପରେ ଅପରାହ୍ପ ୧୨.୩୦ରେ ସେ ନବରଙ୍ଗପୁରରେ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *