Pratidin TV

Odisha's Digital News Platform

କାହିଁକି ମେ ୧୩ ରେ ନାମାଙ୍କନ ଭରିବେ ମୋଦୀ ?

1 min read

ଭାରତୀୟ ଜନତା ପାର୍ଟି ବାରାଣସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେଥିପାଇଁ ଏକ ବିଶେଷ ମୁହୂର୍ତ୍ତରେ ନାମାଙ୍କନ ଭରିବେ ନରେନ୍ଦ୍ର ମୋଦି । ସେହିଦିନ ରୋଡ଼ ଶୋ କରିବେ । ସେ ପ୍ରଥମେ ବାବା ବିଶ୍ୱନାଥ ଏବଂ ବାବା କାଳ ଭୈରବଙ୍କ ଦର୍ଶନ କରିବେ । ଏହି ସମୟରେ ଭାଜପାର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ରହିବେ । ମୋଦି ତୃତୀୟ ଥର ପାଇଁ ବାରାଣସୀରୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ୨୦୧୪ ରେ ସେ ପ୍ରଥମ ଥର ପାଇଁ ଲୋକ ସଭା ର୍ନିବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ପିଏମ ମୋଦି ମେ’ ୧୩ରେ ବନାରସ ଜିଲାପାଳଙ୍କ ଅଫିସରେ ଅପରାହ୍ନ ୧.୩୦ରୁ ୨.୩୦ ମଧ୍ୟରେ ନାମାଙ୍କନ କରିବେ ।

ବାବା ବିଶ୍ୱନାଥ ଏବଂ ବାବା କାଳ ଭୈରବଙ୍କ ଦର୍ଶନ କରିବା ପରେ ସେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ । ଏହି ସମୟରେ ଗୃହ ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ସମେତ ବହୁ ବରିଷ୍ଠ ଭାଜପା ନେତା ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ବିଏଚ୍‌ୟୁରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ରୋଡ ଶୋ ମଧ୍ୟ କରିବେ । ତେବେ କାହିଁକି ଏହିଦିନ ବାଛିଲେ ପ୍ରଧାନମନ୍ତ୍ରୀ । କାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମାଙ୍କନ ସର୍ବାର୍ଥ ସିଦ୍ଧି ଯୋଗ ମୁହୂର୍ତ୍ତରେ ହେବ । ସେହି ଦିନ ପୂଷ୍ୟ ନକ୍ଷତ୍ରରେ ଶିବ ଏବଂ ଶକ୍ତିଙ୍କର ଏକ ଚମତ୍କାର ସଂଯୋଗ ସୃଷ୍ଟି ହେଉଛି । ଷଷ୍ଠୀ ତିଥୀ, ପୂଷ୍ୟ ନକ୍ଷତ୍ର ଏବଂ ସର୍ବାର୍ଥ ସିଦ୍ଧି ଯୋଗ ଦିନ ପ୍ରଧାନମନ୍ତ୍ରୀ ତାଙ୍କ ନାମାଙ୍କନ ପତ୍ର ଭରିବେ । ନିର୍ଦ୍ଧାରିତ ସମୟ ଅତ୍ୟନ୍ତ ଶୁଭ ଏବଂ ସମସ୍ତ ଇଚ୍ଛା ପୂରଣ କରେ । ଦିନଟି ସୋମବାର ଏବଂ ଏହା ମଧ୍ୟ ଷଷ୍ଠୀ ଦେବୀଙ୍କ ଦିନ । ଏହି କାରଣରୁ ଶିବ ଏବଂ ଶକ୍ତିଙ୍କର ଏକ ସୁନ୍ଦର ସଂଯୋଗ ମଧ୍ୟ ସୃଷ୍ଟି ହେଉଥିବା ମନ୍ଦିରର ପୂଜାରୀମାନେ ପ୍ରକାଶ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *