Pratidin TV

Odisha's Digital News Platform

କେତେ ଟଙ୍କାର ମାଲିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ?

1 min read

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାଙ୍କ ଚାଲି ଚଳଣି ରହଣି ଠାରୁ ଆରମ୍ଭ କରି ସମ୍ପତି ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଠାରୁ ବେଶ ଉଚ୍ଚରେ | ଜଣେ ଯଦି ଆକଳନ କରିବାକୁ ଚାହେଁ ତେବେ ମୁଖ୍ୟମନ୍ତ୍ରୀ କେତେ କୋଟିର ମାଲିକ ଅଟନ୍ତି | ତାହା ସାଧାରଣ ଭାବେ ଅସମ୍ଭବ | କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟ ପାଠରେ ସମସ୍ତ ସମ୍ପତ୍ତିର ତଥ୍ୟ ପ୍ରଦାନ କରିଛନ୍ତି |

ତେବେ ନିର୍ବାଚନ ସମୟରେ ନବୀନ ପଟ୍ଟନାୟକ ନିଜ ସମ୍ପତି ତାଲିକା ନିର୍ବାଚନୀ ସତ୍ୟ ପାଠରେ ପ୍ରଦାନ କରିଥିଲେ ଏବଂ ସେଥିରୁ ଜାଣିବାକୁ ମିଳିଥିଲା ନବୀନ ପଟ୍ଟନାୟକ ହେଉଛନ୍ତି ୭୧ କୋଟି ଟଙ୍କାର ମାଲିକ | ନବୀଙ୍କ ପାଖରେ ୩0 ହଜାର ଟଙ୍କା ଥିବା ବେଳେ ୧୪ କୋଟି ଟଙ୍କାର ରହିଛି ଅସ୍ଥାବର ସମ୍ପତ୍ତି | ତାହା ବିଭିନ୍ନ ବ୍ୟାଙ୍କରେ ଅଲଗା ଅଲଗା ଡିପୋଜିଟ ଏବଂ ଫିକ୍ସ ଡିପୋଜିଟ ଅଛି |

Advertisement

ତେବେ ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜି SBI ବ୍ରାଞ୍ଚରେ ନୂଆ ଆକାଉଣ୍ଟ ଖୋଲି ୩0 ଲକ୍ଷ ଟଙ୍କା ଡିପୋଜିଟ କରିଛନ୍ତି | ସେହିପରି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଏସବିଆଇ ଶାଖାରେ ସେ ନିର୍ବାଚନ ଖର୍ଚ୍ଚ ପରିଚାଳନା ପାଇଁ ନୂଆ ଆକାଉଣ୍ଟ ଖୋଲି ସେଥିରେ ମଧ୍ୟ ୩୦ ଲକ୍ଷ ଜମା ରଖିଛନ୍ତି । ତେବେ ଏହି ୨ ଆକାଉଣ୍ଟରେ ରଖାଯାଇଥିବା ଟଙ୍କା ନିର୍ବାଚନ ପାଇଁ ବୋଲି ଜଣାପଡିଛି | ଏହା ସତ୍ୟ ପାଠରେ ହୋଇଛି ଉଲ୍ଲେଖ |

ଏହାସହ ୫୭ କୋଟିର ସ୍ଥାବର ସମ୍ପତ୍ତି ରହିଛି | ମୁଖ୍ୟମନ୍ତ୍ରୀଙ୍କ ବାସଗୃହ ଭାବେ ନବୀନ ନିବାସ ଏବଂ ନୂଆଦିଲ୍ଲୀର ୩-ଏପିଜେ ଅବଦୁଲ କଲାମ୍ ରୋଡବିର ମୂଲ୍ୟ ୧୩,୬୬,୦୦,୦୦୦ ଟଙ୍କା ଏବଂ ୪୩,୩୬,୧୮,୦୦୦ ହେବ ବୋଲି ଆନୁମାନିକ ମୂଲ୍ୟ ସତ୍ୟପାଠରେ ଦର୍ଶାଯାଇଛି ।

ତେବେ ଗତକାଲି ହିଞ୍ଜିଳିରୁ ନାମାଙ୍କନ ପତ୍ର ଭରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ମନ୍ତ୍ର ପାଠରେ କମ୍ପିଥିଲା ମା ଅଧିଷ୍ଠିତ ଦେବୀ ମା ତାର ତାରିଣୀଙ୍କ ପୀଠ | ଏହି ଶକି ପୀଠରେ ମାଙ୍କୁ ଦର୍ଶା ସହ ପୂଜା କରିବା ପରେ ଛତ୍ରପୁର ଅଭିମୁଖେ ବାହାରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଏହାପରେ ୬ଷ୍ଠ ଥର ହିଞ୍ଜିଳି ବିଧାୟକ ଭାବେ ଭରିଥିଲେ ନାମାଙ୍କନ ପତ୍ର | ଏହି ଆସନରୁ ୫ଥର ନିର୍ବାଚିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଚଳିତ ବର୍ଷ ହିଞ୍ଜିଲ ସହ କଣ୍ଟାବାଞ୍ଜିରୁ ମଧ୍ୟ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି | ଯେଉଁଠି ଉଭୟ ଆସନରେ ମେ ୨0ରେ ହେବ ମତଦାନ |

Leave a Reply

Your email address will not be published. Required fields are marked *