Pratidin TV

Odisha's Digital News Platform

ଭିଡିଓ କଲ୍ ରେ କଥା ହେଉ ହେଉ ନଦୀକୁ ଡେଇଁଲେ ଯୁବକ..

1 min read

କାଉଡିଆ ନଦୀକୁ ଡେଇଁଲେ ଯୁବକ । ପୋଲ ଉପରେ ମୋବାଇଲ ଓ ପ୍ୟାଣ୍ଟ ସାର୍ଟ ରଖି ନଦୀ ଭିତରକୁ ଡେଇଁଲେ ଯୁବକ । ଦୀର୍ଘ ସମୟ ଧରି ଭିଡିଓ କଲରେ କଥା ହେଉଥିଲେ ଯୁବକ । ହଠାତ ନଦୀକୁ ଡେଇଁ ପଡିଲେ ଯୁବକ । ଅଠରବାଙ୍କି କାଉଡିଆ ନଦୀରେ ଘଟିଛି ଘଟଣା । ପୋଲ ନିକଟରେ ଥିବା ମୋବାଇଲ ଓ ସାର୍ଟ କୁ ଜବତ କରିଛି ପୋଲିସ ।

ଘଟଣା ସ୍ଥଳରେ ଯୁବକ ର ପରିବାର ଲୋକ ଏବଂ ସ୍ଥାନୀୟ ବାସିନ୍ଦା ପହଞ୍ଚିବା ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ନିଖୋଜ ଯୁବକ ର ଘର ସ୍ଥାନୀୟ ଅମ୍ବିକା ସ୍କୁଲ ଗୋପୀନାଥ କଲୋନୀ ଏବଂ ତାଙ୍କ ନାଁ ତ୍ରିଲୋଚନ ଲେଙ୍କା ବୋଲି ଜଣାପଡିଛି । ଓଡ୍ରାଫ ଟିମ ପହଞ୍ଚି ନଦୀରେ ଖୋଜାଖୋଜି ଜାରି ରଖିଛି । ତେବେ ଯୁବକ ଜଣକ ନଦୀକୁ ଡେଇଁବାର କାରଣ କ’ଣ ସ୍ପଷ୍ଟ ଜଣାପଡ଼ି ନାହିଁ ।

Advertisement

Leave a Reply

Your email address will not be published. Required fields are marked *