Pratidin TV

Odisha's Digital News Platform

ରକ୍ତମୁଖା ହେଲା ବାପା , ଭୁଜାଲି ଚୋଟରେ ନେଇଗଲା ବାପାର ଜୀବନ …

1 min read

ରାକ୍ଷସ ସାଜିଲା ବାପା । ଭୁଲିଗଲା ସବୁ ସ୍ନେହ ମମତା । ଜନ୍ମଦାତା ସାଜିଲେ ହତ୍ୟାକାରୀ । ଯେଉଁ ପୁଅକୁ ପାଳିପୋଷି ଏଡୁଟେ ରୁ ଏଡୁଟେ କରିଥିଲେ ଆଜି ସେହି ପୁଅ ହତ୍ୟା କରିଛି ବାପା । ଆଜି ବାପ ପୁଅ ଖେଳିଛନ୍ତି ରକ୍ତର ହୋଲି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । ସୂଚନାନୁଯାୟୀ ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଡ଼ିଆ ଗାଁରେ ଆଜି ମଧ୍ୟାହ୍ନରେ ଘରେ ରୋଷେଇ ସରିଥିଲା । ଖାଇବାକୁ ବସିଥିଲେ ମାଧବ ବାରିକ ଓ ତାଙ୍କର ୩୬ ବର୍ଷୀୟ ପୁଅ ଶଙ୍କର୍ଷଣ ବାରିକ । ଅଭିଯୋଗ ଅନୁସାରେ ଖାଇବା ସମୟରେ ବାପ ଓ ପୁଅଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତତର୍କ ଆରମ୍ଭ ହୋଇଥିଲା ।

ପରେ ଯୁକ୍ତିତର୍କ ଉଗ୍ର ରୂପ ଧାରଣ କରିଥିଲା । ଉଭୟ ପରସ୍ପରକୁ ଆକ୍ରମଣ କରିବା ପାଇଁ ଘରୁ ଭୁଜାଲି କାଢ଼ି ଆଣିଥିଲେ । ପରସ୍ପରକୁ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ଶଙ୍କର୍ଷଣଙ୍କ ମୃତ୍ୟୁ ଘଟିଥିଲା ବେଳେ ମାଧବ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘରେ ପଡ଼ିଥିଲେ । ଗାଁ ଲୋକଙ୍କଠାରୁ ଖବର ପାଇ ପୁଲିସ ମାଧବଙ୍କୁ ଉଦ୍ଧାର କରି ଭଦ୍ରକ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି । ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି । ମଧ୍ୟାହ୍ନରେ ବାପ-ପୁଅଙ୍କ ଗଣ୍ଡଗୋଳ ବେଳେ ଘରେ ଆଉ କିଏ ଥିଲେ ଜଣାପଡ଼ି ନାହିଁ । ଗଣ୍ଡଗୋଳ ପରେ ଘରେ କିନ୍ତୁ ମାଧବଙ୍କ ପତ୍ନୀଙ୍କୁ ଦେଖିବାକୁ ମିଳିନଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଶଙ୍କର୍ଷଣଙ୍କ ପତ୍ନୀ ଦୁଇ ଦିନ ତଳେ ବାପଘରକୁ ଯାଇଥିଲେ । ତେଣୁ ଗଣ୍ଡଗୋଳର ପ୍ରକୃତ କାରଣ ଜଣାପଡ଼ୁ ନାହିଁ । ତେବେ ପାରିବାରିକ କାରଣରୁ ବାପ ଓ ପୁଅଙ୍କ ଭିତରେ ଗଣ୍ଡଗୋଳ ହୋଇଥିବା ଆଲୋଚନା ହେଉଛି ।

Advertisement

Leave a Reply

Your email address will not be published. Required fields are marked *