Pratidin TV

Odisha's Digital News Platform

ଫେଲ୍ ମାରିଲା ଲରେନ୍ସ ବିଷ୍ଣୋଇଙ୍କ ହତ୍ୟା ପ୍ଲାନିଂ : ଫାର୍ମ ହାଉସରେ ସଲମାନଙ୍କୁ ମାରିବାକୁ କରିଥିଲେ ଯୋଜନା

1 min read

ନୂଆଦିଲ୍ଲୀ : ନିକଟରେ ବଲିଉଡ୍ ଦବଙ୍ଗ ଷ୍ଟାର ସଲମାନ ଖାନଙ୍କୁ ହତ୍ୟା ଧମକ ଅନେକ ଥର ହତ୍ୟା ଧମକ ଆସିଥିଲା ।ଏହାପରେ ମେ ୨୯ରେ ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡ ପରେ ପୁଣି ସଲମାନଙ୍କୁ ଏପରି ଧମକ ମିଳିଥିଲା । ସଲମାନଙ୍କ ବାପା ସଲିମ ଖାନ ମଣିଂ ୱାକ୍‌ରେ ଯାଉଥିବା ବେଲେ ଏକ ବେଞ୍ଚ ଉପରେ ସଲିମ୍‌ଙ୍କୁୁ ଚିଠି ମିଳିଥିଲା । ଯେଉଁଥିରେ ସଲମାନଙ୍କୁ ଠିକ୍ ସିଦ୍ଧୁ ମୁସେୱାଲାଙ୍କ ଭଳି ଗୁଳି କରି ହତ୍ୟା କରାଯିବ ବୋଲି ଉଲ୍ଲେଖ ଥିଲା । ଏନେଇ ସଲମାନ ଖାନଙ୍କ ସୁରକ୍ଷାକୁ କଡାକଡି କରାଯିବା ସହ ,ସଲମାନଙ୍କୁ ଏକ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ମଧ୍ୟ ଦିଆଯାଇଛି ।

ତେବେ ଏହି ଧମକ ପଛରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସମ୍ଫୂର୍ଣ୍ଣ ହାତ ଅଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଖୁଲାସା କରିଛି ପଞ୍ଜାବ ପୋଲିସ । ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗର ଧରାପଡିବା ପରେ ଏହି ସବୁ ରାଜ୍ ବାହରକୁ ଆସିପାରିଛି । ସେହି ଗ୍ୟାଙ୍ଗର ଜଣେ ମେମ୍ବର ପୋଲିସ ଆଗରେ ତାଙ୍କର ସବୁ ପ୍ଳାନିଂ ବିଷୟରେ କହିଥିଲା । ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡ ପୂର୍ବରୁ ହିଁ ସେମାନେ ସଲମାନଙ୍କୁ ମାରିବାକୁ ପ୍ଲାନିଂ କରିଥିଲେ । ଆଉ ଏହି ପ୍ଲାନ୍କୁ ଲିଡ୍ କରୁଥିଲେ ଗୋଲ୍ଡି ବ୍ରାର ଓ କପିଲ ପଣ୍ଡିତ, ଯିଏକି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ଶୁଟର୍।

ପନ୍‌ଭେଲ୍ ସ୍ଥିତ ଫାର୍ମ ହାଉସରେ ସଲମାନଙ୍କୁ ହତ୍ୟା କରିବାକୁ ପ୍ଲାନି କରିଥିଲା ଗ୍ୟାଙ୍ଗ୍ । ମୁମ୍ବାଇର ପନବେଲ୍ରେ କପିଲ ପଣ୍ଡିତ, ସନ୍ତୋ ଯାଦବ, ଦୀପକ ମୁଣ୍ଡି ଆଉ ଦୁଇ ଜଣ ଶୁଟର୍ସ ସେଠାରେ ଭଡାରେ ଏକ ଘର ନେଇ ରହିବାକୁ ଯାଇଥିଲେ। ପ୍ରାୟ ଦେଢ଼ ମାସ ପର‌୍ୟ୍ୟନ୍ତ ସଲମାନଙ୍କ ପନବେଲ ଫାର୍ମ ହାଉସ ନିକଟରେ ଏହି ଗ୍ୟାଙ୍ଗଷ୍ଟରମାନେ ରେକି କରିଥିଲେ। ଫାର୍ମ ହାଉସ ଭିତରେ ହିଁ ସଲମାନଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଇଥିଲା। କିନ୍ତୁ କଡା ସୁରକ୍ଷା ଓ ସଲମାନଙ୍କ ପର୍ସନାଲ ସିକ୍ୟୁରିଟି ଯୋଗୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଏହି ପ୍ଲାନ୍ ଫେଲ୍ ମାରିଥିଲା ସବୁ ଯୋଜନା । ତେବେ ଏହି ସୁଟର ମାନଙ୍କୁ ଭାରତ-ନେପାଳ ସୀମାରୁ ଗିରଫ କରାଯାଇଥିଲା ।

Leave a Reply

Your email address will not be published. Required fields are marked *