Pratidin TV

Odisha's Digital News Platform

ନିଶ,ଦାଢ଼ି ରଖିଲେ ଚାକିରୀରୁ ବିଦା ହେଲେ ୮୦ କର୍ମଚାରୀ

ମେ ୧ରେ ଆନ୍ତର୍ଜାତୀୟ ଶ୍ରମ ଦିବସ ଭାବରେ ପାଳନ କରାଯାଏ | ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ସମଗ୍ର ବିଶ୍ୱରେ ଶ୍ରମିକମାନଙ୍କ ଅବଦାନ ଏବଂ ସଫଳତାକୁ ଚିହ୍ନିବା ଏବଂ ସେମାନଙ୍କର ଅଧିକାର ଏବଂ ସୁଯୋଗକୁ ପ୍ରୋତ୍ସାହିତ କରିବା | କିନ୍ତୁ ହିମାଚଳରୁ ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଏକ କମ୍ପାନୀ ଏକାସାଙ୍ଗରେ ୮0 ଜଣ କର୍ମଚାରୀଙ୍କ ଚାଲିଯାଇଛି ଚାକିରୀ । ଏହି ସମୟରେ, ଏହାର କାରଣ ଶୁଣିଲେ ଚକିତ ହୋଇଯିବେ | ଏହି କର୍ମଚାରୀଙ୍କର ଏକମାତ୍ର ଭୁଲ ହେଲା ସେମାନଙ୍କର ଦାଢ଼ି ଏବଂ ନିଶ ଥିଲା |

ଆଜିକାଲି ନିଶ, ଦାଢ଼ି ରଖିବା ଯୁବବର୍ଗଙ୍କ ମଧ୍ୟରେ ଏକ ଫ୍ୟାସନ ହୋଇଗଲଣି | ଅଧିକାଂଶ ଯୁବକ ଷ୍ଟାଇଲିସ ଲୁକ ପାଇଁ ଦାଢ଼ି ରଖିବାକୁ ପସନ୍ଦ କରିଥାନ୍ତି | ହେଲେ ଏହି ଦାଢ଼ି ନିଶା ପଡିଛି ମହଙ୍ଗା | ଏହି ଅଜବ ମାମଲାଟି ହିମାଚଳ ପ୍ରଦେଶର ସୋଲାନ ଜିଲ୍ଲାର | ସୋଲନ ଅନ୍ତର୍ଗତ ପରବାଣୁ ଅଞ୍ଚଳ ସ୍ଥିତ ଗୋଟିଏ କମ୍ପାନୀ ଏକାଥରେ ୮୦ ଶ୍ରମିକଙ୍କୁ ଛଟେଇ କରିଛି । ସେମାନଙ୍କର ଭୁଲ୍ ଏତିକି ଥିଲା ଯେ, କମ୍ପାନୀ କର୍ତ୍ତୃପକ୍ଷଙ୍କ କହିବା ସତ୍ତ୍ବେ କେହି ନିଶା, ଦାଢି କାଟି ନଥିଲେ । ବର୍ତ୍ତମାନ ଏହି କର୍ମଚାରୀମାନେ ନ୍ୟାୟ ଦାବିରେ କମ୍ପାନୀ ଆଗରେ ଧାରଣା ଦେଇଛନ୍ତି |

ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ ଏହି କର୍ମଚାରୀମାନଙ୍କୁ କମ୍ପାନିରେ ପ୍ରବେଶ କରିବାରୁ ନିଷେଦ୍ଧ କରାଯାଇଥିଲା । ନିଶ, ଦାଢି କାଟିବା ପରେ ହିଁ କମ୍ପାନିରେ ଏଣ୍ଟ୍ରି କରିପାରିବେ ବୋଲି ସର୍ତ୍ତ ରହିଥିଲା । କିନ୍ତୁ ଏହି ପ୍ରସ୍ତାବରେ ରାଜି ହୋଇନଥିଲେ କର୍ମଚାରୀ | ଯେଉଁଥିପାଇଁ କମ୍ପାନୀ କାର୍ଯ୍ୟାନୁଷ୍ଠାନ ପୂର୍ବକ ଏକ ସାଙ୍ଗରେ ୮0 ଜଣଙ୍କୁ ଚାକିରିରୁ ବରଖାସ୍ତ କରଥିଲେ | ବରଖାସ୍ତ ହେବା ପରେ ସବୁ କର୍ମଚାରୀମାନେ ନିଜ ନିଶ ଦାଢ଼ି କାଟି ଆସିଥିଲେ ପୁଣି ଚାକିରୀରେ ନିଜକୁଟି ପାଇଁ | କିନ୍ତୁ ତାଙ୍କୁ ମିଳିନଥିଲା ଚାକିରୀ | ଏନେଇ ସେମାନେ ଧାରଣାରେ ବସିଛନ୍ତି | ଏନେଇ ସେମାନେ ଶ୍ରମ ଆୟୁକ୍ତ, ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ନିକଟରେ ଅଭିଯୋଗ କରିଥିଲେ | ଅଭିଯୋଗ କ୍ରମେ ମଙ୍ଗଳବାର ପରବାଣୁ ଲେବର ଇନ୍ସପେକ୍ଟର କମ୍ପାନିରେ ପହଞ୍ଚି ଉଭୟ କର୍ତ୍ତୃପକ୍ଷ ଏବଂ ଧାରଣାରତ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଘଟଣାରେ ଯାଞ୍ଚ କରାଯିବା ସହ ଯଦି ବାସ୍ତବରେ ସେମିତି କିଛି ଘଟିଥାଏ, ତାହେଲେ କମ୍ପାନୀ ବିରୋଧରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave a Reply

Your email address will not be published. Required fields are marked *