Pratidin TV

Odisha's Digital News Platform

‘ଏବେ କିଏ ହେବ କଂସ’ , ଆର ପାରିରେ ବରଗଡର କଳାକାର ଦେବେନ୍ଦ୍ର

ଭୁବନେଶ୍ୱର : ଏ ବର୍ଷ ଆଉ କିଏ ସାଜିବ କୃଷ୍ଣଙ୍କ ମାମୁଁ ? ଆଉ ନାହନ୍ତି କଂସ । ବରଗଡର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ଦେବେନ୍ଦ୍ର ବିଶ୍ୱାଳଙ୍କ ୬୯ ବର୍ଷ ବୟସରେ ପରଲୋକ ଘଟିଥିଲା । ବରଗଡ ଜିଲ୍ଲା ଅତାବିରା ବ୍ଲକ ହିଳ୍ଳିପାଲି ଗାଁରେ ଦେବେନ୍ଦ୍ରଙ୍କ ଜନ୍ମ । ତାଙ୍କର କଳା,ଡ୍ରମା ଏବଂ ପୌରାଣିକ କଥା ପ୍ରତି ଅନେକ ଦୁର୍ବଳତା ରହିଥିଲା । ଯାହା ଦ୍ୱାରା ସେ ଟାଣି ହୋଇ ଆସିଥିଲେ ଏଭଳି ଏକ ବଡ ମଞ୍ଚକୁ ।

୧୯୮୦ ମସିହାରୁ ଦର୍ଶକ ମାନଙ୍କ ମନକୁ ନିଜ ଅଭିନୟ ଦ୍ୱାରା କିଣିନେଇଥିଲେ ଦେବେନ୍ଦ୍ର । ତେବେ କଂସ ଭୂମିକାକୁ ଛାଡି ‘ସତୀ ମଉନାବତୀ’ ନାଟକରେ ସେନାପତି ଭୂମିକାରେ ଅଭିନୟ କରିଥିଲେ ସେ । ଏନେଇ ସାରା ପଶ୍ଚିମ ଓଡିଶାରେ ହିର୍ଲ୍ଲିପାଳର ସେନାପତି ଭାବେ ମଧ୍ୟ ବେସ୍ ପରିଚିତ ଥିଲେ ।

ଏହାଛଡା ସମ୍ବଲପୁରୀ ଚଳଚ୍ଚିତ୍ର ଭୁଖାରେ ମଧ୍ୟ ସେ ଅଭିନୟ କରିଛନ୍ତି । ଦୂରଦର୍ଶନର ଅନେକ ନାଟରେ ମଧ୍ୟ ସେ ନଜର ଆସିଥିଲେ । ତେବେ ଗତକିଛି ବର୍ଷ ହେଲା ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସଧୀନ ଥିଲେ । ଗତକାଲି ତାଙ୍କ ସ୍ୱାସ୍ଥବସ୍ଥା ଅଧିକ ଗୁରୁତର ହୋଇପଡିଥିଲା । ଡାକ୍ତରଙ୍କ ସତଚେଷ୍ଟାପରେ ମଧ୍ୟ ତାଙ୍କୁ ବଞ୍ଚାଇପାରିନଥିଲେ । ଗତକାଲି ଭୋର ସମୟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ସୂଚନା ଅନୁଯାୟୀ ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା ।

Leave a Reply

Your email address will not be published. Required fields are marked *