ପରିବା ବିକାଳୀଙ୍କ ଝିଅ ଜିନତ, ରାଜ୍ୟରେ ହେଲେ ଟପ୍ପର
1 min readପରିବା ବିକାଳୀଙ୍କ ଝିଅ ପୁରା ରାଜ୍ୟରେ ହେଲେ ଟପ୍ପର | ଗରିବ ବାପାର ଲୁହ ପୋଛି ଫୁଟାଇଲା ହସ | ୧0 କିମି ପାଦରେ ଚାଲି ଚାଲି ଯାଉଥିଲେ କଲେଜ | ଝାଡଖଣ୍ଡରେ ପନିପରିବା ବିକାଳୀଙ୍କ ଝିଅ ଝାଡଖଣ୍ଡ ବୋର୍ଡ ଦ୍ୱାଦଶ ପରୀକ୍ଷାରେ ହୋଇଛି ଟପ୍ପର | ପନିପରିବା ବିକାଳୀ ସାବୀର ଅନସାରୀଙ୍କ ଯୄଝିଅ ଜିନତ ପରଭେନ ଝାଡଖଣ୍ଡ ଏକାଡେମିକ୍ ପରିଷଦର ଦ୍ୱାଦଶ କଳା ପରୀକ୍ଷାରେ ରାଜ୍ୟର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ARTS ଷ୍ଟ୍ରିମରେ ୯୪.୪0 ପ୍ରତିଶତ ରଖି ସଫଳତା ହାସଲ କରିଛନ୍ତି |
ସରକାରୀ ବାଳିକା ପ୍ଲସ୍ ଟୁ ହାଇସ୍କୁଲର ଛାତ୍ରୀ ଜିନତ, ରାଞ୍ଚି, ସହରଠାରୁ ପ୍ରାୟ ୧୨ କିଲୋମିଟର ଦୂରରେ ଥିବା ସତକନାଡୁ ଗାଁର ବାସିନ୍ଦା | ମଙ୍ଗଳବାର ଏପ୍ରିଲ ୩0ରେ, ଫଳାଫଳ ପ୍ରକାଶ ପାଇବାର ପ୍ରାୟ ୨ ଘଣ୍ଟା ପରେ, ଯେତେବେଳେ ସ୍କୁଲ ଶିକ୍ଷକ ଜିନତଙ୍କୁ ରାଜ୍ୟ ଟପ୍ପର ବୋଲି କହିଥିଲେ, ସେ ଏହାକୁ ବିଶ୍ୱାସ କରିପାରିନଥିଲେ |
ଜିନତ ଗଣମାଧ୍ୟମ ଆଗରେ କହିଥିଲେ ଫଳାଫଳ ଭଲ ହେବ ବୋଲି ସେ ନିଶ୍ଚିତ ଥିଲେ, କିନ୍ତୁ ସେ ଭାବି ନଥିଲେ ଯେ ସେ ସମଗ୍ର ରାଜ୍ୟରେ ଟପ୍ପର ହେବେ । ସେ ଆହୁରି ମଧ୍ୟ କହିଥିଲେ “ମୋର ପିତାମାତା କଠିନ ପରିଶ୍ରମ କରିଥିଲେ ଏବଂ ମୋ ଶିକ୍ଷାରେ କୌଣସି ତ୍ରୁଟି ରଖିନଥିଲେ । ମୋର ଇଚ୍ଛା ହେଉଛି ମୁଁ ସେମାନଙ୍କୁ ସମସ୍ତ ପ୍ରକାର ସୁଖ ଦେବାରେ ସମର୍ଥ ହେବା ଉଚିତ୍।”