Pratidin TV

Odisha's Digital News Platform

ନିର୍ବାଚନୀ ଯୁଦ୍ଧକୁ ଓହ୍ଲାଇଲେ ଧର୍ମେନ୍ଦ୍ର ପ୍ରଧାନ , ସମ୍ବଲପୁରରେ ଭରିଲେ ନାମାଙ୍କନ ..

1 min read

ନିର୍ବାଚନୀ ଯୁଦ୍ଧକୁ ଓହ୍ଲାଇଲେ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁରରୁ ନାମାଙ୍କନ ଭରିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଜିଲ୍ଲାପାଳ ଙ୍କ ଠାରେ ଚଳିତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତାଙ୍କ ସହ ରେଙ୍ଗାଲି ବିଧାନସଭା ପ୍ରାର୍ଥୀ ନାଉରି ନାୟକ ମଧ୍ୟ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ର ବିଜେପି ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ପତ୍ର ଅପରାହ୍ନ ୨ ଟା ସମୟରେ ସମ୍ବଲପୁର ଜିଲ୍ଲାପାଳ ଙ୍କ ଠାରେ ଦାଖଲ କରିଛନ୍ତି । ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ ଙ୍କ ମନ୍ଦିର କୁ ଯାଇ ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ । ତାଙ୍କ ସହ ସମ୍ବଲପୁର ବିଧାନସଭା ବିଜେପି ପ୍ରାର୍ଥୀ ଓ ରେଙ୍ଗାଲି ବିଧାନସଭା ବିଜେପି ପ୍ରାର୍ଥୀ ନାଉରି ନାଏକ ଙ୍କ ସମେତ ସମ୍ବଲପୁର ଲୋକସଭା ଅଧୀନରେ ଥିବା ୭ ଗୋଟି ଯାକ ବିଧାନସଭା ର ବିଜେପି ପ୍ରାର୍ଥୀ ମାନେ ଉପସ୍ଥିତ ରହିଥିଲେ ।

ଏହାପରେ ସମଲେଶ୍ୱରୀ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରା ରେ ବିଜେପି କର୍ମୀଙ୍କ ଗହଣରେ ଧର୍ମେନ୍ଦ୍ର ଓ ଅନ୍ୟାନ୍ୟ ବିଜେପି ପ୍ରାର୍ଥୀ ବିଜେପି ପ୍ରଚାର ଗାଡ଼ିରେ ବାହାରି ସହର ମଧ୍ୟ ଦେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଥିଲେ । ଶୋଭାଯାତ୍ରା ରେ ପାରମ୍ପରିକ ନୃତ୍ୟ ଗୀତ ସହ ପାରମ୍ପରିକ ବାଜା ସହିତ ଶହ ଶହ କଳାକାର ଓ ବିଜେପି କାର୍ଯକର୍ତ୍ତା ସାମିଲ ହୋଇଥିଲେ । ଏହି ଶୋଭାଯାତ୍ରା ସମ୍ବଲପୁର ପ୍ରସିଦ୍ଧ ଶୀତଳ ଷଷ୍ଠିର ଭ୍ରମ ସୃଷ୍ଟି କରିଥିଲା । ସହରରେ ୪୩ ଡିଗ୍ରୀ ତାପମାତ୍ରା ସ୍ୱତେ ସେହି ଡହ ଡହ ଖରାରେ ହଜାର ହଜାର ବିଜେପି କାର୍ଯ୍ୟକର୍ତା ଓ କଳାକାର ରାଜନୈତିକ ମହଲ କୁ ସରଗରମ କରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଜିଲ୍ଲପାଳ ଙ୍କ ଠାରେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ରେଙ୍ଗାଲି ବିଧାନସଭା ର ବିଜେପି ପ୍ରାର୍ଥୀ ନାଉରି ନାଏକ ସମ୍ବଲପୁର ର ଅତିରିକ୍ତ ଜିଲ୍ଲାପାଳ ଙ୍କ ଠାରେ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *