Pratidin TV

Odisha's Digital News Platform

ବ୍ରଜରାଜନଗର ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ଦାଖଲ କଲେ ନାମାଙ୍କନ ।

1 min read

ଝାରସୁଗୁଡା : ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ଅଳକା ମହାନ୍ତି ଆଜି ପାର୍ଥିପତ୍ର ଦାଖଲ କରିଛନ୍ତି l ବେହେରାମାଲ ରୁ କର୍ମୀ ମାନଂକ ସହ ଏକ ବିଶାଳ ରାଲିରେ ଝାରସୁଗୁଡା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ପାର୍ଥିପତ୍ର ଦାଖଲ କରିଛନ୍ତି l

ରାଲିରେ ବ୍ରଜରାଜନଗର ପୌରପରିଷଦ, ବେଲପାହାଡ ପୌରପରିଷଦ, ଲଖନପୁର ବ୍ଲକର ହଜାର ହଜାର କର୍ମୀ ଉପସ୍ଥିତ ଥିଲେ l ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ସାମଗ୍ରୀକ ବିକାଶ କୁ ମୁଦ୍ଦା କରି ନିର୍ବାଚନ ମଇଦାନ କୁ ଓଲ୍ହାଇବେ ବୋଲି ଅଳକା କହିଛନ୍ତି l ସ୍ଥାନୀୟ ନିଯୁକ୍ତି, ସମସ୍ତ ଚାଷ ଜମିକୁ ଜଳ ସେଚନ, ଲଖନପୁର ବ୍ଲକ ବିଭାଜନ, ବିସ୍ଥାପନ ସମସ୍ୟାର ସାମଧାନ, ଗମନାଗମନ ର ବ୍ୟବସ୍ଥା, ଶିକ୍ଷା, ସ୍ୱାସ୍ଥ୍ୟରେ ଉନ୍ନତି ଆଦିକୁ ପ୍ରାଥମିକତା ଭିତ୍ତିରେ କରାଯିବ l

Advertisement

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଏବଂ ବ୍ରଜରାଜନଗରବାସୀଙ୍କ ଭଲ ପାଇବା ଆମ ଉପରେ ରହିଛି ତେଣୁ ନିଶ୍ଚିତ ବିଜୟୀ ହେବୁ ବୋଲି ଅଳକା କହିଛନ୍ତି l

Leave a Reply

Your email address will not be published. Required fields are marked *