Pratidin TV

Odisha's Digital News Platform

ପୁଣି ପାଣିରେ ଭାସିଲା ଦୁବାଇ , ବନ୍ଦ ହେଲା ସ୍କୁଲ କଲେଜ , ବିମାନ ଉଡାଣ ବାତିଲ ..

1 min read

ପୁଣି ପାଣିରେ ଭାସିଲା ଦୁବାଇ । ପୁଣି ବର୍ଷାରେ ବେହାଲ ସଂଯୁକ୍ତ ଆରବ ଏମିରେଟ୍‌ରେ ବାସିନ୍ଦା । ସଂଯୁକ୍ତ ଆରବ ଏମିରେଟ୍‌ରେ ପୁଣି ପ୍ରବଳ ବର୍ଷା ସାଙ୍ଗକୁ ହେଲା ଭୟଙ୍କର ଝଡ ତୋଫାନ୍ । ବର୍ଷା ଯୋଗୁ ପୁଣି ଥରେ ରାସ୍ତାଘାଟ ନଦୀର ଭ୍ରମ ସୃଷ୍ଟିକରୁଛି । ପ୍ରବଳ ବର୍ଷା ଯୋଗୁ ଦୁବାଇ ରେ ଧନଜୀବନ ବାଧାପ୍ରାପ୍ତ ହୋଇଛି । ଯୁଆଡେ ଦେଖିବ ସିଆଡେ ଖାଲି ପାଣି ଆଉ ପାଣି । ଏଥିପାଇଁ ୟୁଏଇରେ ଅରେଞ୍ଜ ଆଲର୍ଟ ମଧ୍ୟ ଜାରି କରାଯାଇଛି ।


ଏଥିସହ ଅନେକ ବିମାନ ଉଡାଣ ବାତିଲ କରାଯାଇଛି । ରିପୋର୍ଟ ମୁତାବକ, ଏପ୍ରିଲ ମାସରେ ବନ୍ୟା ପରେ ଆଜି ଭୋରୁ ସଂଯୁକ୍ତ ଆରବ ଏମିରେଟ୍‌ର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି ଓ ପବନ ବହିଛି । ଫଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ସୁରକ୍ଷାଦୃଷ୍ଟିରୁ ସ୍କୁଲ କଲେଜଗୁଡିକୁ ଛୁଟି ଘୋଷଣା କରାଯାଇଛି । ଏଥିସହ ଅଫିସ ଆସୁଥିବା କର୍ମଚାରୀଙ୍କ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଛି । ଇଣ୍ଟରସିଟି ବସ୍ ସେବାକୁ ବନ୍ଦ କରି ଦିଆଯାଇଛି ।ପାଣିପାଗ ବିଭାଗର ସୂଚନା ମୁତାବକ, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦୁବାଇରେ ପ୍ରବଳ ବର୍ଷା ସହ ଝଡ଼ ତୋଫାନ ହେବା ଆଶଙ୍କା ରହିଛି । ଏଥିପାଇଁ ସମସ୍ତ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *