Pratidin TV

Odisha's Digital News Platform

ଗୋଲୁ ମଲୁ ଏବଂ କ୍ୟୁଟ , ଠିକ୍ ଏମିତି ଦେଖାଯାଉଛନ୍ତି ଜୁନିଅର ବିରାଟ …

ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ଏବେ ଆଇପିଲରେ ବ୍ୟସ୍ତ ଅଛନ୍ତି । ଆରସିବି ପକ୍ଷରୁ ବିରାଟ ଖେଳୁଛନ୍ତି । କୋହଲି ଏବଂ ଅନୁଷ୍କା ଚଳିତ ବର୍ଷ ଫେବୃୟାରୀରେ ଦ୍ୱିତୀୟ ସନ୍ତାନର ପିତା ମାତା ହୋଇଛନ୍ତି । ଅନୁଷ୍କା ତାଙ୍କ ଦ୍ୱିତୀୟ ସନ୍ତାନକୁ ଲଣ୍ଡନରେ ଜନ୍ମ ଦେଇଥିଲେ । ଯେତେବେଳେ ପୁଅ ଜନ୍ମ ହେଲା ବିରାଟଙ୍କ ଫ୍ୟାନମାନେ ବହୁତ ଖୁସି ହେବା ସହ ଶୁଭେଚ୍ଛା ଜଣାଇଥିଲେ । କୋହଲି ଏବଂ ଅନୁଷ୍କା ତାଙ୍କ ପୁଅ ନାଁ ଅକାୟ ରଖିଥିଲେ । ଭାମିକା ପରି ଅକାୟଙ୍କ ଟିକେ ଝଲକ ପାଇବା ପାଇଁ ପ୍ରଶଂସକ ମାନେ ବ୍ୟାକୁଳ ହେଉଛନ୍ତି । ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ନିଜ ପିଲା ଭାମିକା ଓ ଅକାୟଙ୍କୁ ନେଇ ବହୁତ ପ୍ରୋଟେକ୍ଟିଭ୍ ରହିଥାନ୍ତି । ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଅଫିସିଆଲ୍ ଭାବେ ସେମାନଙ୍କର ଦୁଇ ସନ୍ତାନର ଝଲକ ଦେଖାଇ ନାହାଁନ୍ତି । ତେବେ ମ୍ୟାଚ୍ ସମୟରେ ଝିଅ ଭାମିକାଙ୍କ ଝଲକ ଦେଖିବାକୁ ମିଳିଥିଲା ।

କିନ୍ତୁ ପୁଅ ଅକାୟଙ୍କ ଗୋଟିଏ ବି ଫଟୋ ଆଜି ପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ବର୍ତ୍ତମାନ ଟିଭି ଅଭିନେତା ଆମୀର ଅଲି ସେମାନଙ୍କ ପୁଅ ବିଷୟରେ କହିଛନ୍ତି । ଯେଉଁଥିରେ ବିରାଟ ଏବଂ ଅନୁଷ୍କାଙ୍କ ପୁଅ ଅକାୟ କିପରି ଦେଖାଯାଉଛନ୍ତି, ତାହା ବର୍ଣ୍ଣନା କରିଛନ୍ତି । ନିକଟରେ ଆମୀର ବିରାଟଙ୍କ ସହ ଏକ ଆଡ୍‌ରେ କାମ କରିଛନ୍ତି । ଏକ ଇଣ୍ଟରଭ୍ୟୁରେ ଆମୀର ବିରାଟଙ୍କ ସହ କାମ କରିବା ବିଷୟରେ କହିଥିଲେ । ଏହି ସମୟରେ ସେ କହିଥିଲେ ଯେ ବିରାଟ ଏବଂ ଅନୁଷ୍କା କିପରି ସେମାନଙ୍କର ଦୁଇ ସନ୍ତାନଙ୍କୁ ପାଳୁଛନ୍ତି । ଟିଭି ଷ୍ଟାର ଆମୀର ଆହୁରି କହିଛନ୍ତି, ‘ସେ ମୋତେ ତାଙ୍କ ଝଅର ଫଟୋ ଦେଖାଇଲେ ଏବଂ ଅନୁଷ୍କାଙ୍କ ବିଷୟରେ ମଧ୍ୟ କହିଥିଲେ । ସେହି ସମୟରେ ତାଙ୍କ ମୁହଁରେ ଏକ ଭିନ୍ନ ଚମକ ଥିଲା । ଏହା ବ୍ୟତୀତ ଅକାୟଙ୍କ ବିଷୟରେ କଥାବାର୍ତ୍ତା କରି ଆମୀର କହିଛନ୍ତି, ‘ଅକାୟ ବହୁତ ସୁନ୍ଦର । ଏପରି ଭାବେ ଆମୀର ବିରଟଙ୍କୁ କହିଲେ, ଯେ ଭଲ କରିଛନ୍ତି ପିଲାଙ୍କୁ କ୍ୟାମେରା ଠାରୁ ଦୂରେଇ ରଖିଛନ୍ତି । ତେବେ ପିଲାମାନଙ୍କୁ ମିଡିଆ ଏବଂ ପ୍ରଶଂସକଙ୍କଠାରୁ ଦୂରେଇ ରଖିବା ଅନୁଷ୍କାଙ୍କ ନିଷ୍ପତ୍ତି ବୋଲି ସେ କହିଛନ୍ତି । ପିଲାମାନେ ପିଲାମାନଙ୍କ ପରି ହେବା ଉଚିତ୍‌, କିନ୍ତୁ ସେ ବହୁତ ଗୋଲୁ ମଲୁ ଏବଂ କ୍ୟୁଟ୍‌, ଭଗବାନ ସେମାନଙ୍କ ଉପରେ ଆଶୀର୍ବାଦ ରଖନ୍ତୁ । ତେବେ ଅନୁଷ୍କା ଏବଂ ବିରାଟଙ୍କ ପୁଅ ଅକାୟ ଫେବୃଆରୀ ୧୫ରେ ଜନ୍ମ ହୋଇଛନ୍ତି

Leave a Reply

Your email address will not be published. Required fields are marked *