Pratidin TV

Odisha's Digital News Platform

ପୁଣି ଅପମାନିତ ‘ସୃଷ୍ଟିର ଶ୍ରଷ୍ଠା ମହାପ୍ରଭୁ ଜଗନ୍ନାଥ’

1 min read

ଭୁବନେଶ୍ୱର : କଣ ମନୁଷ୍ୟର ବୁଦ୍ଧି,ବିବେକ,ଚିନ୍ତାଶକ୍ତି ଲୋପପାଇବାକୁ ବସିଲାଣି । କଣ ସତରେ କଳିକାଳର ଶେଷ ସମୟ ପାଖେଇ ଆସିଲାଣି ଯାହାଦ୍ୱରା ମନୁଷ୍ୟ ନିଜର ସୃଷ୍ଟିକର୍ତ୍ତାକୁ ବାରମ୍ବାର ଅପମାନିତ କରିଚାଲିଛି ।
ତେବେ ପୁଣି ଥରେ ଅପମାନିତ ହୋଇଛନ୍ତି ସୃଷ୍ଟିର ଶ୍ରଷ୍ଠା ସାରା ଓଡିଆ ଜାତିର ଆରାଧ୍ୟ ଦେବ ମହାପ୍ରଭୁ ଶ୍ରୀ ଜଗନ୍ନାଥ । ନିକଟରେ ଏକ ଡାଲା ଗାଡିର ପଛରେ ମହାପ୍ରଭୁଙ୍କୁ ଦୟନିୟ ଅବସ୍ଥାରେ ବାନ୍ଦି ନିଆଯାଉଥିଲା । ଯାହାର ଭିଡିଓଟି ସୋସିଅଲ ମିଡିଆରେ ଭାଇରାଲ ହେବାପରେ ଗାଡିର ମାଲିକ ମନ୍ଦିରକୁ ଯାଇ ଭଗବାନଙ୍କୁ କ୍ଷମା ପାର୍ଥନା କରିଥିଲା । ତେବେ ପୁଣି ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଯାହା କୋଟି କୋଟି ମାନବ ଜାତିର ଭକ୍ତି ଭାବକୁ ବ୍ୟାଘାତ କରିଛି ।

ସୋସିଆଲ୍ ମିଡ଼ିଆ ରେ ଭାଇରାଲ୍ ହେଉଥିବା ଭିଡ଼ିଓ ବୌଦ୍ଧ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ପରିସରର ବୋଲି ଜଣାପଡିଛି। ଯାହାର ଫାଷ୍ଟ ଫ୍ଲୋରରେ କୌଣସି ଦୋଷ ପାଇଁ ଦଣ୍ଡିତ ହେଉଛନ୍ତି ଜଗତର ନାଥ ଜଗନ୍ନାଥ। ଯେମିତି ସ୍କୁଲର ଦୁଷ୍ଟ ପିଲାଟି ନିଲଡାଉନ୍ କରାଯାଏ, ଠିକ ସେମିତି ମଣିମାଙ୍କୁ ବସାଇ ଦେଇଛି ଜିଲ୍ଲା ପ୍ରଶାସନ।ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ଯେଉଁଠି ଜିଲ୍ଲାର ଯାବତୀୟ ସୁବିଧା ଅସୁବିଧା ତର୍ଜମା ହୁଏ। ହାକିମ ନିଷ୍ପତ୍ତି ନିଅନ୍ତି ହେଲେ ଏ ନିଷ୍ପତ୍ତି କେଉଁ ହାକିମ ନେଇଛନ୍ତି, ତାକୁ ନେଇ ସମସ୍ତେ ଏବେ ସନ୍ଦେହ ଘେରରେ। ଯଦି ମହାପ୍ରଭୁଙ୍କ ପ୍ରତି ଶ୍ରଦ୍ଧା ନାହିଁ, ଭଲ ପାଇବା ନାହିଁ କି ସମ୍ମାନ ନାହିଁ।

Advertisement

ଦିନେ ସଭାମଞ୍ଚରେ ଫୁଲ, ମାଳ ସହ ବଡ଼ ବଡ଼ ଲୋକଙ୍କ ଠାରୁ ପୂଜା ପାଉଥିଲେ ପ୍ରଭୁ ଜଗନ୍ନାଥ। ହେଲେ କାମ ସରିଯିବା ପରେ ଏବେ ଦଣ୍ଡ ଦେବା ଭଳି ପକାଇ ରଖିଛି ଜିଲ୍ଲା ପ୍ରଶାସନ।ସେଦିନ ଟ୍ରକ ପଛରେ ବନ୍ଧା ହୋଇଥିବା କାଳିଆ ସାଆନ୍ତଙ୍କ ପାଇଁ ଭୁଲ ମାଗିଥିଲେ ଟେଣ୍ଟ ହାଉସ୍ ମାଲିକ। ହେଲେ ଏଠି ଭୁଲ୍ ମାଗିବ କିଏ ? ବଡ଼ ବାବୁମାନେ ବହୁତ ପଢିଛନ୍ତି, ବହୁତ ଜାଣିଛନ୍ତି। ହେଲେ ଜାଣିପାରିଲେନି କାଳିଆ ଠାକୁର ଆଉ ଭଙ୍ଗା କାଠ ଚଉକି ଭିତରର ଫରକ। ଅପେକ୍ଷା ଏ ଅପରାଧ ପାଇଁ କିଏ ଭୁଲ୍ ମାଗୁଛି, କିଏ ନିଲ ଡାଉନ ହେଉଛି।

Leave a Reply

Your email address will not be published. Required fields are marked *