ସସ୍ପେନ୍ସ ରେ ଲାଗିଲା ପୂର୍ଣ୍ଣଚ୍ଛେଦ……ରାୟବରେଲୀରୁ ଲଢ଼ିବେ ରାହୁଲ
1 min readସବୁ ପ୍ରଶ୍ନର ଶେଷରେ ମିଳିଲା ଉତ୍ତର | ସସ୍ପେନ୍ସ ରେ ଲାଗିଲା ପୂର୍ଣ୍ଣଚ୍ଛେଦ | ଦେଶର ୫ମ ପର୍ଯ୍ୟାୟ ନିର୍ବାଚନ ନାମାଙ୍କନ ଶେଷ ତାରିଖରେ କଂଗ୍ରେସ ଅମେଥି ଓ ରାୟବରେଲୀରେ ନିର୍ବାଚନ ପାର୍ଥୀ କରିଛି ଘୋଷଣା | ଏଥର ଉତ୍ତରପ୍ରଦେଶ ରାୟବରେଲୀରୁ ଲଢ଼ିବାକୁ ଯାଉଛନ୍ତି ରାହୁଲ ଗାନ୍ଧୀ | ପ୍ରିୟଙ୍କା ଗାନ୍ଧି ରାୟବରେଲୀରୁ ଲଢ଼ିବେ ବୋଲି ହେଉଥିଲା ଚର୍ଚ୍ଚା କିନ୍ତୁ ଏହି ଚର୍ଚ୍ଚାର ଘଟିଛି ଅନ୍ତ |
ତେବେ ସୂଚନା ଆଧାରରେ ଏନେଇ AICC ପକ୍ଷରୁ କରଯାଇଛି ଘୋଷଣା | ଆମେଥିରୁ କିଶୋରୀଲାଲ ଶର୍ମା ଓ ରାୟବରେଲୀ ଆସନରୁ ରାହୁଲ ଗାନ୍ଧୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି |
ଲୋକସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶର ରାୟବରେଲୀ ଲୋକସଭା ନିର୍ବାଚନମଣ୍ଡଳୀରୁ ଦୀନେଶ ପ୍ରତାପ ସିଂଙ୍କୁ ପ୍ରାର୍ଥୀ କରିଛନ୍ତି। ଦୀନେଶ ପ୍ରତାପ ସିଂ ପୂର୍ବରୁ ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ତଥା ରାୟବରେଲୀର ପୂର୍ବତନ ସାଂସଦ ସୋନିଆ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି।
ତେବେ ପୂର୍ବ ନିର୍ବାଚନ ବିଷୟରେ କହିବାକୁ ଗଲେ ପୂର୍ବରୁ ରାହୁଲ ଗାନ୍ଧୀ ଆମେଥି ଆସନରୁ ଲଢ଼ି ଆସୁଥିଲେ ଏବଂ ଜିତି ଆସୁଥିଲେ | କିନ୍ତୁ ଏଥର ନାମାଙ୍କନ ଦାଖଲର ଠିକ୍ ପୂର୍ବରୁ କଂଗ୍ରେସ ନିଜ କାର୍ଡ ଖେଳିଛି। ପୂର୍ବରୁ ଆମେଥିରୁ ନିର୍ବାଚନ ଲଢ଼ୁଥିବା ରାହୁଲ ଗାନ୍ଧିଙ୍କ ସିଟ୍ ଏଥର ଦଳ ବଦଳାଇ ଦେଇଛି।
ତେବେ ଆମେଥୀ- ରାବେରେଲିରେ ମତଦାନ ୨0 ମେ ରେ ହେବ । ୨ୟ ମେ ଥିଲା ଶେଷ ତାରିଖ | ଏହି ୨ଟି ଆସନ ଉପରେ ମତଦାନ ସମାନ ତାରିଖରେ ମତାଧିକାରୀ ସାବ୍ୟସ୍ତ ହେବ |