Pratidin TV

Odisha's Digital News Platform

ବିଜେପିରୁ ଇସ୍ତଫା ଦେଲେ ଅଭିନେତ୍ରୀ ଜିନା।

ବିଜେପି ଛାଡିଲେ ଓଡିଆ ଅଭିନେତ୍ରୀ ଜିନା ସାମଲ(ସ୍ୱାତୀ) । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏଥି ସହ ସେ ଲେଖିଛନ୍ତି ଯେ ମୁଁ ଗତ କିଛିବର୍ଷ ଧରି ଭାରତୀୟ ଜନତା ପାର୍ଟି ପାଇଁ କାମକରି ଆସିଛି । ତଥାପି, ସମସ୍ତ ଆନ୍ତରିକତାଏବଂ ପରିଶ୍ରମସତ୍ତ୍ୱେ ମୁଁ ଦଳର ବିଶ୍ୱାସ ଅର୍ଜନ କରିପାରିଲି ନାହିଁ ।

ତେଣୁ, ମୁଁ ଅନୁଭବ କରୁଛି ଯେ ଏଠାରେ ମୋର କିଛି କରିବା ବାକି ନାହ ିଁଏବଂ ଓଡିଶାର ଲୋକଙ୍କ ସେବା କରିବାକୁ ମୋର ଇଚ୍ଛା ବାଧାପ୍ରାପ୍ତ ହେଉଛି । ଏଥିପାଇଁ ମୁଁ ବିଜେପି ଇସ୍ତଫା ଦେଉଛି । ତେବେ ଜିନା ୨୦୨୩ ରେ ବିଜେପିରେ ଯୋଗ ଦେଇଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ଉପସ୍ଥିତିରେ ଉଭୟ ସ୍ୱାମୀସ୍ତ୍ରୀ ବିଜେପିରେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *