Pratidin TV

Odisha's Digital News Platform

କଟକ ବାରବାଟୀ ବିଧାନସଭା ଆସନରୁ ସୋଫିଆ-ପ୍ରକାଶଙ୍କୁ ଟକ୍କର ଦେବେ ବିଜେପି ପ୍ରାର୍ଥୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ।

1 min read

କଟକ ବାରବାଟୀ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହେଲେ ବିଶିଷ୍ଟ ଚିକିତ୍ସକ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର । କେନ୍ଦ୍ରୀୟ ବିଜେପି ପକ୍ଷରୁ ତାଙ୍କୁ ଗ୍ରୀନ ସିଗ୍ନାଲ ମିଳିଛି । ନିଜ ପ୍ରତିକ୍ରିୟା ଦେଇ ପୂର୍ଣ୍ଣଚନ୍ଦ୍ର କହିଛନ୍ତି ଯେ , କଟକ ସହରର ବିଭିନ୍ନ ବର୍ଗରେ ରହିଛି ମାଳମାଳ ସମସ୍ୟା । ଶିକ୍ଷା, ସ୍ବାସ୍ଥ୍ୟ, ଦୁର୍ନୀତି, ବ୍ୟବସାୟ, ରୋଜଗାର ଭଳି ଅନେକ ସମସ୍ୟା ରହିଛି । ଏହି ସବୁ ପ୍ରସଙ୍ଗରେ ନିର୍ବାଚନ ଲଢିବା । ଓଡ଼ିଶାରେ ବିଜେପିର ଡବଲ ଇଞ୍ଜିନର ସରକାରରେ ପ୍ରମୁଖ ଭାଗିଦାରୀ କଟକ ବାରବାଟୀ ଆସନର ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଣ୍ଟି, ଦୁର୍ନୀତିରୁ ମୁକ୍ତି ଓ ବିଜେଡିର ଛୁଟି ଏଥରେ ହେବା ସୁନିଶ୍ଚିତ । ରାଜ୍ୟ ବିଜେପିର ଉପସଭାପତି ଅଛନ୍ତି ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ।

Advertisement

Leave a Reply

Your email address will not be published. Required fields are marked *