Pratidin TV

Odisha's Digital News Platform

ନାମାଙ୍କନ ଭରିବା ପୂର୍ବରୁ ବିଧାୟିକା ଦୀପାଳି ଦାସ ନେଲେ ମା ପାଟମେଶ୍ବରୀଙ୍କ ଆର୍ଶୀବାଦ୍ ।

1 min read

ଝାରସୁଗୁଡାର ଯୁବ ବିଧାୟିକା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେଡିର ଟାଣୁଆ ନେତା ସ୍ବର୍ଗତ ନବ କିଶୋର ଦାସ ଙ୍କ ଝିଅ ସୁଶ୍ରୀ ଦୀପାଳି ଦାସ ଚଳିତ ସାଧାରଣ ନିର୍ବାଚନ ରେ ତାଙ୍କ ନାମାଙ୍କନ ପତ୍ର ଝାରସୁଗୁଡା ବିଧାନସଭା ବିଜେଡି ପ୍ରାର୍ଥୀନୀ ଭାବରେ ଆଜି ଦାଖଲ କରିବେ l

ଏଥିପାଇଁ ଦୀପାଳି ସକାଳ 7 ଟା ସମୟରେ ସମ୍ବଲପୁର ର ପାଟମେଶ୍ବରୀ ମା ଙ୍କ ମନ୍ଦିର କୁ ଆସି ମାଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି l ଏହି ଅବସରରେ ସେ କହିଛନ୍ତି ଯେ ଚଳିତ ନିର୍ବାଚନ ରେ ମଧ୍ୟ ଝାରସୁଗୁଡା ରେ ବିଜେଡିର ବିଜୟ ର ବାନା ଉଡ଼ିବ l ଓଡିଶାବାସୀ ଷଷ୍ଟ ଥର ପାଇଁ ଓଡ଼ିଶାର ପ୍ରିୟ ଜନ ନେତା ନବୀନ ପଟନାୟକ ଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ମନସ୍ଥ କରି ସାରିଲେଣି l ଝାରସୁଗୁଡା ବାସୀଙ୍କ ମୋ ପ୍ରତି ସର୍ବଦା ଆଶୀର୍ବାଦ ଓ ସମର୍ଥନ ରହିଛି ଏବଂ ଆଗକୁ ମଧ୍ୟ ରହିବ l ନୂତନ ଝାରସୁଗୁଡା ରେ ଯେଉଁ କିଛି କାର୍ଯ୍ୟ ରହିଯାଇଛି ଏଥର ସବୁ ପୁରା କରିବାର ମୋର ଲକ୍ଷ୍ୟ ରହିବ ବୋଲି ଦୀପାଳି ଦାସ କହିଥିଲେ l

Advertisement

Leave a Reply

Your email address will not be published. Required fields are marked *