Pratidin TV

Odisha's Digital News Platform

ଓଡିଆ ଭାଷା ପଛରେ ବିଜେପିର ନାହିଁ କିଛି ଅବଦାନ

1 min read

ବିଜେପିକୁ ସିଧାସଳଖ ଟାର୍ଗେଟ କରିଛନ୍ତି ଭି.କେ ପାଣ୍ଡିଆନ | ସେ କହିଛନ୍ତି କୌଣସି ରାଜ୍ୟର ଭାଷା ହିଁ ଏହାର ଗର୍ବ ଅଟେ ୨ୟ ହେଉଛି ଏହାର ଦେବତା ଏବଂ ୩ୟରେ ରାଜ୍ୟ ସଂସ୍କୃତି ଓ ୪ର୍ଥରେ ହେଉଛି ଜନସାଧାରଣ | ଯେଉଁ ବିଜେପି ଓଡ଼ିଆ ଅସ୍ମିତା ଭାଷା କଥା କହୁଛି ସେହି ଦଳ ଓଡ଼ିଆ ଭାଷା ଲାଗି କିଛି କରିନାହିଁ ବୋଲି କହିଛି ୫ଟି ଅଧକ୍ଷ ଭି.କେ ପାଣ୍ଡିଆନ |

ତେବେ ଭି.କେ ପାଣ୍ଡିଆନ ଏକ ସାକ୍ଷାତକାରରେ ଏପରି କିଛି ବିଜେପିକୁ କରିଥିଲେ ଟାର୍ଗେଟ | ଏବଂ ସେ କହିଥିଲେ ଆମକୁ ଦେଖିବାକୁ ପଡିବ ଏହି ୧0 ବର୍ଷ ମଧ୍ୟରେ ବିଜେପି କ’ଣ କରିଛି ? ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାରେ ପରିଣତ କରିବା ଲାଗି ମୁଖ୍ୟମନ୍ତ୍ରୀ ସଂଗ୍ରାମ କରିଛନ୍ତି | ୨0୧୪ ମସିହା ଫେବୃଆରୀ ମାସରେ UPA ସରକାର ମାଧ୍ୟମରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇଥିଲା | ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତାକୁ ବିତିଗଲାଣି ୧0 ବର୍ଷ ହେଲେ କୌଣସି ଗୋଟେ ପଦକ୍ଷପ ବର୍ତ୍ତମାନ ପର୍ଯ୍ୟନ୍ତ ନିଆଯାଇନାହିଁ | କେନ୍ଦ୍ର ଏଥିପାଇଁ କୌଣସି ଟିକେ ମଧ୍ୟ ପଇସା ମଧ୍ୟ ଖର୍ଚ୍ଚ କରିନାହିଁ | ମାତ୍ର ଅନ୍ୟ ସବୁ ଭାଷା ଲାଗି ଆର୍ଥିକ ସହାୟତା ଦେଇଆସିଛି |

Advertisement

ତେବେ ଯେଉଁ ସବୁ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଛି ସେହି ସମସ୍ତ ଭାଷାକୁ କେନ୍ଦ୍ରୀୟ ସହାୟତା ମିଳିଥିଲା | ଏହା ହେଉଛି କେନ୍ଦ୍ର ସରକାରଙ୍କ ଭାଷା ପ୍ରତି ନମୁନା | ଓଡିଶୀ ସଙ୍ଗୀତକୁ ପ୍ରୋତ୍ସାହନ ଦେବା ସହ ଏହାକୁ ଶାସ୍ତ୍ରୀୟ ମାନ୍ୟତା ଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ୨ ଟି ପ୍ରସ୍ତାବ କେନ୍ଦ୍ରକୁ ପଠାଇଥିଲେ | ମାତ୍ର ଏହି ୨ ପ୍ରସ୍ତାବକୁ କେନ୍ଦ୍ର ସରକାର କରିଥିଲେ ପ୍ରତ୍ୟାଖାନ | ଏବେ ନିର୍ବାଚନ ଥିବାରୁ ଓଡ଼ିଆ ଭସସ ନେଇ ଭାଷଣ ମାରୁଛନ୍ତି ବୋଲି କ୍ଷୀତିଲେ ପାଣ୍ଡିଆନ |

Leave a Reply

Your email address will not be published. Required fields are marked *