Pratidin TV

Odisha's Digital News Platform

ମରୁ ମରୁ ଅଳ୍ପକେ ବର୍ତ୍ତିଲେ ନେତ୍ରୀ , ବସିବା ପୂର୍ବରୁ କ୍ରାସ ହୋଇଗଲା ହେଲିକେପ୍ଟର..

1 min read

ହେଲିକେପ୍ଟର ବସିଥାନ୍ତେ ନେତା କରିଥାନ୍ତେ ନିର୍ବାଚନୀ ପ୍ରଚାର । ହେଲେ ଠିକ୍ ସେତିକିବେଳେ ଘଟିଗଲା ଅଘଟଣ । ଲ୍ୟାଣ୍ଡିଂ ସମୟରେ ନିଜର ନିୟନ୍ତ୍ରଣ ହରାଇ ବସିଲା ହେଲିକେପ୍ଟର , ଆଉ ସେହି ଠାରେ କ୍ରାସ ହୋଇଗଲା । ହେଲେ ନେତାଙ୍କୁ ରକ୍ଷା କରିଦେଲେ ଭଗବାନ । ମରୁ ମରୁ ଅଳ୍ପକେ ବର୍ତ୍ତିଗଲେ ରାଜନେତା । ଏହି ଘଟଣା ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି । ମହାରାଷ୍ଟ୍ରର ନେତ୍ରୀ ସୁଷମା ଅନ୍ଧାରେଙ୍କ ପାଇଁ ଆସିଥିବା ହେଲିକେପ୍ଟର କ୍ରାସ ହୋଇଯାଇଛି ।

ହେଲେ ସୌଭାଗ୍ୟବସତଃ ସେହି ଦୁର୍ଘଟଣାରେ ଦୁଇଜଣ ପାଇଲଟ୍ ଙ୍କ ଜୀବନ ବଞ୍ଚି ଯାଇଛି । ଦୁଇଜଣଙ୍କୁ ସାମାନ୍ୟ ଆଘାତ ଲାଗିଛି । ସୁଷମା ଅନ୍ଧାରେ ଚଢିବା ପୂର୍ବରୁ ଏପରି ଘଟଣା ଘଟିଥିଲା । ଏହି ଘଟଣାପରେ ଏହି ଖବର ଚାରିଆଡେ ବ୍ୟାପିଯାଇଛି । ତେବେ ଏହି ଘଟଣା ଏବେ ସୋଶିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ଦେଖାଯାଉଛି ଲ୍ୟାଣ୍ଡିଂ ସମୟରେ ହେଲିକେପ୍ଟର ନିଜର ନିୟନ୍ତ୍ରଣ ହରାଉଛି ତାପରେ କ୍ରାସ ହେଉଛି । ତେବେ ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପାଇଲଟଙ୍କୁ ଉଦ୍ଧାର କରାଯାଇଛି । ଖବର ପାଇ ପୋଲିସ ଏବଂ ଉଦ୍ଧାରକାରୀଦଳ ପହଞ୍ଚି ଆହତ ପାଇଲଟଙ୍କୁ ତୁରନ୍ତ ଚିକିତ୍ସା କରାଇଥିଲେ ।

Advertisement

Leave a Reply

Your email address will not be published. Required fields are marked *