Pratidin TV

Odisha's Digital News Platform

ଟି-୨୦ ବିଶ୍ୱକପ୍ ପାଇଁ ଆନ୍ଥେମ ରିଲିଜ୍ ..

1 min read

ଟ-୨୦ ବିଶ୍ୱକପ୍ ୨୦୨୪ ପାଇଁ ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ । ଏହାରି ଭିତରେ ଆଇସିସି ଟି-୨୦ ବିଶ୍ୱକପ ୨୦୨୪ ର ଆନ୍ଥେମ ରିଲିଜ୍ କରିଛି । ଯେଉଁଥିରେ ଉଭୟ ସଙ୍ଗୀତ ଏବଂ କ୍ରୀଡାର ପ୍ରମୁଖ ବ୍ୟାକ୍ତିତ୍ୱମାନେ ସ୍ଥାନ ପାଇଛନ୍ତି । ଗ୍ରାମି ପୁରସ୍କାର ବିଜେତା କଳାକାର ସିନ୍ ପଲ୍ ଏବଂ ସୋକା ସୁପରଷ୍ଟାର କେସ୍ ମିଳିତ ଭାବେ ‘ଆଉଟ୍ ଅଫ୍ ଦିସ୍ ୱାର୍ଲ୍ଡ’ ଶୀର୍ଷକ ସଙ୍ଗୀତ ପ୍ରସ୍ତୁତ କରିଥିଲେ । ଟୁର୍ଣ୍ଣାମେଣ୍ଟର ଠିକ୍ ଏକ ମାସ ପୂର୍ବରୁ ଆସୁଥିବା ଏହି ଅଫିସିଆଲ୍ ସଙ୍ଗୀତ ରିଲିଜ୍ ହେବା ପରେ ଉତ୍ସାହ ବଢ଼ିବା ସହ ଟି-୨୦ କ୍ରିକେଟ୍ ର ସବୁଠାରୁ ଭବ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ଏହି ପ୍ରତିଯୋଗିତାରେ ୨୦ଟି ଦଳ ୫୫ଟି ମ୍ୟାଚ୍ ଖେଳିବେ ।

ମାଇକେଲ୍ ‘ତାନୋ’ ମୋଣ୍ଟାନୋଙ୍କ ପ୍ରଯୋଜିତ ଏହି ସଙ୍ଗୀତ ଏହାର ମ୍ୟୁଜିକ୍ ଭିଡିଓ ସହିତ ଲଞ୍ଚ ହୋଇଥିଲା, ଯେଉଁଥିରେ କ୍ରୀଡ଼ାର କିଛି ଜଣାଶୁଣା ନାମ ନଜର ଆସିଛନ୍ତି । ୮ ଥର ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଉସେନ ବୋଲ୍ଟ, ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଆଇକନ୍ କ୍ରିସ୍ ଗେଲ୍‌, ଶିବନାରାୟଣ ଚନ୍ଦ୍ରପଲ୍ ଏବଂ ଷ୍ଟାଫାନି ଟେଲରଙ୍କ ସମେତ ଆମେରିକା ବୋଲର ଅଲ୍ଲୀ ଖାନ୍ ଙ୍କ ସମେତ ଅନ୍ୟ ପ୍ରମୁଖ କ୍ୟାରିବିଆନ୍ ବ୍ୟକ୍ତିତ୍ୱ ମଧ୍ୟ ଉଲ୍ଲେଖନୀୟ । ଆଇସିସି ସୋସିଆଲ ମିଡ଼ିଆ ପେଜ୍ ‘ଏକ୍ସ’ ରେ ଏହାର ଭିଡିଓ ଶେୟାର କରିଛି । ଏହି ସଙ୍ଗିତକୁ ପ୍ରଶଂସକମାନେ ବେଶ୍ ପସନ୍ଦ କରିଛନ୍ତି ।

Leave a Reply

Your email address will not be published. Required fields are marked *