Pratidin TV

Odisha's Digital News Platform

ଆକାଶରୁ ଖସିଲା ରହସ୍ୟମୟ ବଲ୍ , ଲୋକ ଦେଖି ଛାନିଆ ..

1 min read

ଆମ ଚାରିପଟେ ପ୍ରତିଦିନ କିଛି କିଛି ଘଟଣା ଘଟିଚାଲିଛି । ବିଭିନ୍ନ ରହସ୍ୟମୟ ଆଉ ବିସ୍ମୟକର ଘଟଣା ଘଟିବା କିଛି ସାଧାରଣ ନୁହେଁ । ହେଲେ ଏମିତି କିଛି ସମୟରେ ହଠାତ୍ କିଛି ଘଟଣା ସାମନାକୁ ଆସିଯାଏ ଯାହାର ରହସ୍ୟ ଜାଣିବା ସହଜ ନୁହେଁ ।ଏମିତି ଏକ ଘଟଣା ଘଟିଛି କୋଲକାତାରେ । ଆକାଶରୁ କିଛି ରହସ୍ୟମୟୀ ଗୋଲାକାର ବସ୍ତୁ ଖସି ବିଲ୍ଡିଂ ରେ ଧକ୍କା ହୋଇ ମାଟିରେ ପୋତି ହୋଇଯାଇଛି । ଯାହାକୁ ଦେଖିବା ପରେ ଭୟଭୀତ ଅବସ୍ଥାରେ ରହିଛନ୍ତି ଅଞ୍ଚଳବାସୀ ।

ଏହା କୌଣସି ଧାତୁ ରେ ତିଆରି ହୋଇଥିବା ଲୋକେ କହିଛନ୍ତି ।ପଶ୍ଚିମବଙ୍ଗର ଜାମୁରିଆ ପୋଲିସ ଷ୍ଟେସନ ଅଞ୍ଚଳ ଇକ୍ରା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଇକ୍ରା ଗାଁର କିଛି ସ୍ଥାନୀୟ ଲୋକ ଦାବି କରିଛନ୍ତି ଯେ ସକାଳ ନଅଟା ବେଳେ ସେମାନେ ଆକାଶରୁ ଉଚ୍ଚ ବେଗରେ ଦୁଇଟି ଗୋଲାକାର ଧାତୁ ତଳକୁ ଆସୁଥିବାର ଦେଖିଥିଲେ । ତାହା ମଧ୍ୟରୁ ଗୋଟିଏ ସେହି ଗାଁର ବାସିନ୍ଦା ଅନୀଲ ବାଦକାରଙ୍କ ଦୁଇ ମହଲା ଘରର ଛାତର ଏକ ଅଂଶ ଭାଙ୍ଗି ଦେଇଛି । ଏହା ପରେ ତାହା ମାଟିରେ ପଶିଥିଲା । ଦ୍ୱିତୀୟଟି ମାଗାରାମ ବାଦକାର ନାମକ ଜଣେ ବାସିନ୍ଦାଙ୍କ ପ୍ରାଙ୍ଗଣରେ ପଡ଼ିଥିଲା । ଏହି କାରଣରୁ ତାଙ୍କ ଝିଅ ଜୁଲାନ ଆହତ ହୋଇଛନ୍ତି । ତାଙ୍କ ଶରୀରର ଅନେକ ଅଙ୍ଗ ପୋଡି ଯାଇଛି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରାଙ୍ଗଣରେ ପଡ଼ିବା ପରେ ଏହି ବଲ୍ ମଧ୍ୟ ପୃଥିବୀ ଭିତରେ ପଶିଯାଇଥିଲା । ତେବେ ଏହି ଘଟଣାକୁ ନେଇ ଜାମୁରିଆ ପୋଲିସ ଷ୍ଟେସନରେ ତଦନ୍ତ ଆରମ୍ଭ ହୋଇଛି । ସେ କହିଛନ୍ତି ଯେ ସେହି ଗୋଲାକାର ଜିନିଷକୁ ଖୋଳାଯାଇ ବାହାରକୁ ଅଣାଯିବ । ଏହା ପରେ ହିଁ ଜଣାପଡିବ ଏହି ଜିନିଷଟି କ’ଣ । ସ୍ଥାନୀୟ ଲୋକମାନେ ଏହାକୁ ଉଲ୍କା ପିଣ୍ଡ ବୋଲି ଦାବି କରୁଛନ୍ତି ।

Advertisement

Leave a Reply

Your email address will not be published. Required fields are marked *