Pratidin TV

Odisha's Digital News Platform

ସଡକ ସୁରକ୍ଷା ବିଶ୍ୱ ସିରିଜ୍‌ରେ ସଚିନ୍ , ଇଷ୍ଟାରେ ସେୟାର କଲେ ଏହି ଫଟୋ

1 min read

ନୂଆଦିଲ୍ଲୀ : ନିକଟରେ ସଚିନ୍ ନିଜ ଇଷ୍ଟା ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଯାହାକୁ ଦେଖିବାପରେ କ୍ରିକେଟ ପ୍ରେମୀମାନଙ୍କ ମନରେ ଏକ ସିହରଣ ସୃଷ୍ଟି ହୋଇଛି । ଗୋଟିଏ ଫ୍ରେମରେ ଅନ୍ତର୍ଜାତୀୟ ମହାମହିମ କ୍ରିକେଟର ମାନଙ୍କୁ ଦେଖିବାକୁ ମିଳିଛି । ତେବେ ସଚିନ୍ ଏବେ ସଡକ ସୁରକ୍ଷା ବିଶ୍ୱ ସିରିଜ୍ ଖେଳୁଥିବାବେଳେ , ସେଥିରେ ଅନେକ ଆନ୍ତର୍ଜାତୀୟ କ୍ରିକେଟର ମାନେ ଅଂଶଗ୍ରହଣ କରିଛନ୍ତି ।

ଏହି ସଡକ ସୁରକ୍ଷା ବିଶ୍ୱ ସିରିଜ୍‌ଟି ୨୨ ଦିନ ଧରି ଭିନ୍ନ ଭିନ୍ନ ସ୍ଥାନରେ ଖେଳାଯିବ । ପ୍ରଥମେ ଏହି ଟୁର୍ଣ୍ଣାମେଣ୍ଟଟି କାନପୁରରେ ଖେଳାଯିବାବେଳେ ,ଏହାର ସେମିଫାଇନାଲ ଏବଂ ଫାଇନାଲ ରାୟପୁରରେ ଆୟୋଜିତ ହେବ । ସୂଚନା ଅନୁଯାୟୀ ଏହି ମ୍ୟାଚ୍‌ଟି ଅକ୍ଟୋବର ପ୍ରଥମ ସପ୍ତାହରେ ଖେଳାଯିବ ସହ ଆଗକୁ ଏହା ଇନ୍ଦୋର ଓ ଡେରାଡୁନରେ ମଧ୍ୟ ଖେଳାଯିବ । ଏନେଇ ସମସ୍ତ ଖେଳାଳି ଏକତ୍ର ବିମାନରେ ଯାତ୍ରା କରୁଥିବା ସମୟରେ ସଚିନ୍ ୟୁବରାଜଙ୍କ ସହ ଫ୍ରଣ୍ଟସିଟ୍ ରେ ବସି ଏକ ଫଟୋ ନେଇଥିଲେ । ଯେଉଁଥିରେ ବଛା ବଛା ଅନ୍ତର୍ଜାତୀୟ କ୍ରିକେଟର ମାନଙ୍କୁ ସେଥିରେ ଦେଖିବାକୁ ମିଳିଥିଲା ।

Advertisement

ତେବେ ଭାରତୀୟ କ୍ରିକେଟ ପ୍ରେମୀମାନଙ୍କ ପାଇଁ ଏହି ଫଟୋଟିକୁ ଉଠାଇ ନିଜ ଆକାଉଣ୍ଟରେ ସଚୀନ ସେୟାର କରିଥିଲେ ବୋଲି କହିଛନ୍ତି । ତେବେ ଫଟୋକୁ ସ୍ୟାୟାର କରିବା ପରେ ସଚିନ ଏକ କ୍ୟାପସନ୍ ମଧ୍ୟ ଦେଇଛନ୍ତି । ‘ଆପଣ ଏହି ଫଟୋ ଦେଖି ଅନ୍ତର୍ଜାତୀୟ ରନ୍ ଓ ୱିକେଟ୍ ସଂଖ୍ୟା କହିପାରିବେ କି?

Leave a Reply

Your email address will not be published. Required fields are marked *