Pratidin TV

Odisha's Digital News Platform

ସୋଢ଼ିଙ୍କ ନିଖୋଜକୁ ବିତିଗଲାଣି ୧୧ ଦିନ , ଏଯାଏଁ ମିଳୁନି ଅଭିନେତାଙ୍କ ପତ୍ତା ..

1 min read

ଆଜିବି ନିଖୋଜ ଅଛନ୍ତି ‘ତାରକ ମେହତା କା ଉଲଟା ଚଷମା’ ସିରିଏଲରେ ରୋଶନ ସିଂହ ସୋଢ଼ି ଭୂମିକାରେ ଅଭିନୟ କରୁଥିବା ଗୁରୁଚରଣ ସିଂହ । ଦୀର୍ଘ ୧୧ ଦିନ ହେଲାଣି ମିଳୁନି ତାଙ୍କର କୌଣସି ପତ୍ତା । ରାଜଧାନୀର ବିଭିନ୍ନ ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ଗୁରୁଚରଣ ସିଂହ ଦିଲ୍ଲୀରେ ଥିବାର ସନ୍ଦେହ କରି ଯାଞ୍ଚ ଆରମ୍ଭ କରିଛି। କୁଆଡେ ଗଲେ କେଉଁଠି ରହିଲେ ତାହାର କୌଣସି ଖୋଜଖବର ମିଳିପାରିନାହିଁ ଏହାରି ଭିତରେ ଗୁରୁଚରଣ ଦିଲ୍ଲୀର ଏକ ଏଟିଏମରୁ ପ୍ରାୟ ୭,୦୦୦ ଟଙ୍କା ବି ଉଠାଇଥିବା ଜଣାପଡ଼ିଛି। ଏସବୁ ଭିତରେ ଦିଲ୍ଲୀ ପୋଲିସ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଦିଲ୍ଲୀ ପୋଲିସର ଏକ ଟିମ୍ ବର୍ତ୍ତମାନ ମୁମ୍ବାଇରେ ପହଞ୍ଚିଛି । ଖୁବ୍ ଶୀଘ୍ର ମୁମ୍ବାଇ ପୋଲିସ୍ ସହିତ ଦିଲ୍ଲୀ ପୋଲିସର ଏହି ଟିମ୍ ଗୁରୁଚରଣ ସିଂଙ୍କ ବନ୍ଧୁ ତଥା ‘ତାରକ ମେହେଟା କା ଓଲଟା ଚଷମା’ର ଷ୍ଟାର କାଷ୍ଟଙ୍କୁ ପଚରାଉଚରା କରିବ । ସର୍ବପ୍ରଥମେ ପୋଲିସ ଟିମ୍ ମୁମ୍ବାଇର ମଲାଡସ୍ଥିତ ଗୁରୁଚରଣଙ୍କ ଘରକୁ ଯାଇ ତଦନ୍ତ କରିବେ । ଅଭିନେତାଙ୍କ ପଡ଼ୋଶୀମାନଙ୍କୁ ମଧ୍ୟ ପଚରା ଉଚୁରା କରାଯିବ । ଏହି ସମୟ ମଧ୍ୟରେ ଭକ୍ତ ସୋନିଙ୍କୁ ମଧ୍ୟ ପଚରାଉଚରା କରାଯିବ। ଅଭିନେତାଙ୍କ ଫୋନକୁ ତଦନ୍ତ ପରିସରଭୁକ୍ତ କରାଯାଉଛି। ତେବେ ଗୁରୁଚରଣ ସିଂହ ନିଖୋଜ ହେବାପରେ ଖବର ଆସିଥିଲା କି ସେ ଅନେକ ଦିନ ହେବ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ନିକଟରେ ତାଙ୍କ ବିବାହ ହେବାର ବି ଥିଲା। ଏସବୁ ଭିତରେ ଗୁରୁଚରଣଙ୍କ ପତ୍ତା ନମିଳିବା ଘଟଣାକୁ ନେଇ ବିଭିନ୍ନ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

Advertisement

Leave a Reply

Your email address will not be published. Required fields are marked *