୨0 ଥର ବିଫଳ ହେବା ପରେ ମଧ୍ୟ ଆଜି ୫ଶହ କୋଟି ଟଙ୍କା କମ୍ପାନୀର ମାଲିକ ବିକାଶ ଡି ନାହର
1 min readଏକ ଅସୁବିଧାକୁ ଦୂର କରିବାର ଏକମାତ୍ର ଉପାୟ ହେଉଛି ଏଥିରୁ ବାହାରିବା ଏବଂ ପରବର୍ତ୍ତୀ ପ୍ରୟାସରେ ଶିକ୍ଷାକୁ ବ୍ୟବହାର କରିବା | ବ୍ୟବସାୟ କ୍ଷେତ୍ରରେ ବର୍ତ୍ତମାନ ସଫଳ ହୋଇଥିବା ଅନେକ ଲୋକଙ୍କୁ ନିଜ କ୍ୟାରିୟରରେ ନିଜକୁ ମହାନ ବୋଲି କହିବା ପୂର୍ବରୁ ଅନେକ ଚ୍ୟାଲେଞ୍ଜ ଦେଇ ଗତି କରିବାକୁ ପଡିଥାଏ |
ଏହିପରି ଜଣେ ବ୍ୟକ୍ତି ହେଉଛନ୍ତି ହାପିଲୋର ସହ-ପ୍ରତିଷ୍ଠାତା ତଥା ସିଇଓ ବିକାଶ ଡି ନାହର, ଯିଏ ସାହସ କିମ୍ବା ଆତ୍ମବିଶ୍ୱାସ ନ ହରାଇ ୨0 ବିଫଳତା ଦେଇ ଗତି କରିଥିଲେ। ତାଙ୍କର ଦୃଢ଼ତା ଏବଂ ପରିଶ୍ରମ ସହିତ କେବଳ ୧0,000 ଟଙ୍କା ବିନିଯୋଗରୁ ଆରମ୍ଭ ହୋଇଥିବା କମ୍ପାନୀ ୫00 କୋଟି ଟଙ୍କାକୁ ବୃଦ୍ଧି ପାଇଛି। ନାହରର କମ୍ପାନୀ ହାପିଲୋ ଡ୍ରାଏ ଫ୍ରୁଟ ଉତ୍ପାଦନ କରେ, ଯାହା ଉତ୍ତମ ସ୍ନାକ୍ସ ଅଟେ |
କୁହାଯାଏ କି ବିଫଳତା ସଫଳତାର ରାସ୍ତା ଦେଖାଇଥାଏ | ଯାହାକୁ କଠିନ ପରିଶ୍ରମ ବଳରେ ପ୍ରମାଣ କରିକି ଦେଖାଇଛନ୍ତି ବିକାଶ ଡି ନାହର | ବ୍ୟବସାୟ କ୍ଷେତ୍ରରୁ ଆରମ୍ଭ କରି ନିଜ ଜୀବନ ପରୀକ୍ଷାରେ ହାର ମାନିନାହାନ୍ତି | ବରଂ ବାରମ୍ବାର କଠିନ ପରିଶ୍ରମ କରି କରି ସଫଳତା ହାସଲ କରିଛନ୍ତି | କେବଳ ଠାରେ କି ୨ ଥର ନୁହେଁ ୨0ରୁ ଅଧିକ ଥର ଚେଷ୍ଟା କରି ବିଫଳ ହେବ ସତ୍ତ୍ୱେ ଆତ୍ମବିଶ୍ୱାସ ଏବଂ ସାହସ ତାଙ୍କୁ ଆଜି ସଫଳତାରର ଶୀର୍ଷରେ ପହଞ୍ଚାଇଛି |
ବିକାଶ ନାହର ଗତବର୍ଷ ଲୋକପ୍ରିୟ ରିଆଲିଟି ଟିଭି ଶୋ’ ‘ସାର୍କ ଟ୍ୟାଙ୍କ ଇଣ୍ଡିଆ’ରେ ଅତିଥି ବିଚାରକ ଭାବେ ନଜର ଆସିଥିଲେ। କର୍ଣ୍ଣାଟକର ଜଣେ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିବା ବିକାଶଙ୍କ ପରିବାର କଫି ଓ ଗୋଲମରିଚ ଚାଷ କରୁକରୁ ବ୍ୟବସାୟଆଡକୁ ମୁହାଁଇଲେ । ୨୦୦୫ରେ ବିକାଶ ବାଙ୍ଗାଲୋର ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ଆପ୍ଲିକେସନରେ ସ୍ନାତକ ହାସଲ କରିଥିଲେ । ଏହାପରେ ସେ ଜୈନ ଗ୍ରୁପରେ ସିନିୟର ଇମ୍ପୋର୍ଟ ମ୍ୟାନେଜର ଭାବେ ଯୋଗ ଦେଇଥିଲେ। କିନ୍ତୁ ସେଠାରେ କିଛି ସମୟ କାମ କରିବା ପରେ ନାହର ସିମ୍ବାୟୋସିସ୍ ଇଣ୍ଟରନ୍ୟାସନାଲ ୟୁନିଭର୍ସିଟିରେ ଏମବିଏ କରିବା ପାଇଁ ଇସ୍ତଫା ଦେଇଥିଲେ।
ଏହାପରେ ସେ ୨୦୧୬ରେ ‘ହ୍ୟାପିଲୋ’ ନାମରେ ଏକ କମ୍ପାନୀ ଲଞ୍ଚ କରିଥିଲେ। କମ୍ପାନିର ପ୍ରଥମ ପ୍ରଡକ୍ଟ ‘ଟ୍ରେଲ୍ ମିକ୍ସ’ ତୁରନ୍ତ ହିଟ୍ ହୋଇଥିଲା। ତେବେ ହ୍ୟାପିଲୋ ଲଞ୍ଚ କରିବା ପୂର୍ବରୁ ତାଙ୍କୁ ବାରମ୍ବାର ବିଫଳତାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପୂର୍ବରୁ ବିକାଶ ନାହର ପ୍ରାୟ ୨୦ଟି ନୂଆ ବ୍ୟବସାୟ ଆରମ୍ଭ କରିଥିଲେ ମଧ୍ୟ ସବୁଥିରେ ବିଫଳ ହୋଇଥିଲେ।
ବିକାଶ ଏକ ସାକ୍ଷାତକାରରେ ତାଙ୍କ ବିଫଳତାରୁ କିପରି ସହାୟତା ହୋଇଛନ୍ତି ସେହି ବିଷୟରେ କହିଥିଲେ | ଆଉ କିପରି ସେ ପାକେଟରେ ୧0 ହଜାର ରଖି ଆଜି ୫00 କୋଟିର ହୋଇଛନ୍ତି ମାଲିକ ତାହା ବିଷୟରେ ସେ କହିଥିଲେ | ତେବେ ହାପିଲୋ କମ୍ପାନୀରେ ୪୦ ପ୍ରକାର ଡ୍ରାଏ ଫ୍ରୁଟ୍ସ, ୬୦ ପ୍ରକାର ମସଲା ଓ ୧୦୦ ପ୍ରକାର ଚକୋଲେଟ୍ ରହିଛି।