Pratidin TV

Odisha's Digital News Platform

ରାଜଧାନୀରେ ପୁଣି ଭଡ଼ା ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର , ହତ୍ୟା-ଆତ୍ମହତ୍ୟାକୁ ନେଇ ବଢୁଛ ସନ୍ଦେହ ।

1 min read

ପୁଣି ରାଜଧାନୀ ରେ ଯୁବତୀ ଙ୍କ ସନ୍ଦେହ ଜନକ ମୃତ୍ୟୁ ଦେହ ଉଦ୍ଧାର । ଭଡ଼ା ଘରୁ ଜଣେ ଯୁବତୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ଭରତପୁର ଥାନା ପୋଲିସ । ମୃତ ଯୁବତୀ ହେଲେ ବିଷ୍ଣୁପ୍ରିୟା ରାଉତ ଅନ୍ୟ ଜଣେ ଯୁବତୀ ଙ୍କ ସହ ଭରତପୁର ଥାନା ଅଧୀନ ଏକ ବସ୍ତି ରେ ଭଡା ରେ ରହୁଥିଲେ ।

ତେବେ ଗତ ଗୁରୁବାର ଦିନ ବିଷ୍ଣୁପ୍ରିୟାଙ୍କ ମୃତ୍ୟୁ ହୋଇଥିଲା ବେଳେ ଗତକାଲି ରାତିରେ ମୃତଦେହ ଜବତ ହୋଇଛି । ଭଡ଼ାଘରୁ ବିଷ୍ଣୁପ୍ରିୟାଙ୍କ ଝୁଲନ୍ତା ମୃତଦେହ ମିଳିଥିବା ବେଳେ ଅନ୍ୟ ଯୁବତୀ ଜଣଙ୍କ ଫେରାର ହୋଇଯାଇଛନ୍ତି।ତେବେ ପରିବାର ଲୋକେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଅନ୍ୟପଟେ ସାଇଣ୍ଟିଫିକ ଜରିଆରେ ତଦନ୍ତ କରୁଛି ଭରତପୁର ଥାନା ପୋଲିସ ।

Advertisement

Leave a Reply

Your email address will not be published. Required fields are marked *