Pratidin TV

Odisha's Digital News Platform

ବାତିଲ ହେଲା ‘ଜନ୍‌ସନ୍ସ ବେବି’ ପାଉଡର ଲାଇସେନ୍ସ

1 min read

ନୂଆଦିଲ୍ଲୀ : ମହାରାଷ୍ଟ୍ରର ଖାଦ୍ୟ ଏବଂ ଔଷଧ ପ୍ରଶାସନ (food and drugs administration) ରାଜ୍ୟରେ ବେବୀ ପାଉଡର ଉତ୍ପାଦନକାରୀ ସଂସ୍ଥା ଜନସନ ଆଣ୍ଡ ଜନସନ ପ୍ରାଇଭେଟ ଲିମିଟେଡ୍‌ର ଲାଇସେନ୍ସକୁ ବାତିିଲ କରିଦେଇଛି । ଯାହାଫଳରେ ବର୍ତ୍ତମାନ ମହାରାଷ୍ଟ୍ରରେ ଜନସନ୍ ଆଣ୍ଡ ଜନସନ ବେବି ପାଉଡର ବିକ୍ରି ବନ୍ଦ ହୋଇଯାଇଛି ।

ତେବେ ଏହି ପାଉଡର ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବା ସହ ପାଉଡରରେ ଥିବା ପିଏଚ୍‌ର ମାନ ବାଧ୍ୟତାମୂଳକ ସୀମାଠାରୁ ଅଧିକ ରହିଥିଲା । ଏନେଇ ଏଫ୍‌ଡିଏ ଜନସନ କମ୍ପାନୀର ଲାଇସେନ୍ସକୁ ବାତି କରିଦେଇଛି ।
କୋଲକାତାରେ ଥିବା କେନ୍ଦ୍ରୀୟ ଡ୍ରଗ୍ସ ଲ୍ୟାବ ରିପୋର୍ଟ ଅନୁଯାୟୀ ଜନସନ ଆଣ୍ଡ ଜନସନର ବେବୀ ପାଉଡର ନମୁନା is ୫୩୩୯:୨୦୦୪ ଷ୍ଟାଣ୍ଡାର୍ଡକୁ ମ୍ୟାଚ୍ କରୁନଥିବାରୁ ,ନିକଟରେ FDA ଜନସନ ଆଣ୍ଡ ଜନସନ ଶିଶୁ ପାଉଡରର ଦୁଇଟି ନମୁନା ସଂଗ୍ରହ କରିଥିଲା। ସେଥିମଧ୍ୟରୁ ଗୋଟିଏ ପୁନେ ଏବଂ ଅନ୍ୟଟି ନାଶିକରୁ ନିଆଯାଇଥିଲା।

Advertisement

ତେବେ ଏହାକୁ ପରିକ୍ଷା କରିବା ପରେ ଏହାର ଫଲାଫଳରୁ ଜଣା ପଡିଛି ଯେ ଏହା ଶିଶୁ ଚର୍ମ ପାଉଡର ପାଇଁ pH ଧାର୍ଯ୍ୟ ଭ୍ୟାଲୁକୁ ହାସଲ କରିପାରିନଥିଲା । ଫଳରେ ଜନସନ ପାଉଡର ଲାଇସେନ୍ସ କାରଣ ଦର୍ଶାଇବା ନୋଟିସ ଜାରିକରାଯାଇଥିଲା । କିନ୍ତୁ କମ୍ପାନୀ ରିପୋର୍ଟକୁ ଗ୍ରହଣ କରି ନଥିଲା। ଶେଷରେ କମ୍ପାନୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। କୋର୍ଟ ନୋଟିସ୍ କେନ୍ଦ୍ରୀୟ ଡ୍ରଗ୍ସ ଲ୍ୟାବକୁ ପଠାଇଥିବା ଏଫଡିଏ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

Leave a Reply

Your email address will not be published. Required fields are marked *