Pratidin TV

Odisha's Digital News Platform

ରାଜନୀତିରେ ଅଜବ ଦୃଶ୍ୟ , ମଇଁଷି ପିଠିରେ ବସି ନାମାଙ୍କନ ଭରିଲେ ପ୍ରାର୍ଥୀ ..

1 min read

ସାରା ଦେଶରେ ଦେଖିବାକୁ ମିଳୁଛି ନିର୍ବାଚନୀ ତାତି । ଚାରିଆଡେ ଶୁଭୁଛି କେବଳ ପ୍ରାର୍ଥୀ ମାନଙ୍କର ପ୍ରଚାର । ବର୍ତ୍ତମାନ ସୋଶିଆଲ ମିଡିଆରେ ନିର୍ବାଚନ କୁ ନେଇ ଅନେକ ଭିଡିଓ ସୋଶିଆଲ ମିଡିଆରେ ଚର୍ଚ୍ଚାରେ ବିଷୟ ପାଲଟିଥିବା ବେଳେ ଏବେ ପଶ୍ଚିମ ବଙ୍ଗରେ ଦେଖିବାକୁ ମିଳିଛି ଏକ ଅଜବ ଦୃଶ୍ୟ । ଯେଉଁଠାରେ ଏକ ପ୍ରାର୍ଥା ନିଆରା ଢଙ୍ଗରେ ଆସି ନିଜର ନାମାଙ୍କନ ଦାଖଲ କରିଛନ୍ତି । ଏହି ଭାଇରଲ ଭିଡିଓରେ ପୁରୁଲିଆର ଜଣେ ସ୍ୱାଧୀନ ପ୍ରାର୍ଥୀ ଆଜିତ ପ୍ରାସାଦ ମାହତୋ ମଇଁଷିରେ ବସି ନାମାଙ୍କନ ଦାଖଲ କରିଛନ୍ତି ।

ସୂଚନାନୁସାରେ ଗତ ଶୁକ୍ରବାର ଅଜିତ ପ୍ରସାଦ ମେହେଟା ପୁରୁଲିଆ ଲୋକସଭା ଆସନରୁ ନାମାଙ୍କନ ଦାଖଲ କରିବାକୁ ଯାଇଥିଲେ ।ଯେତେବେଳେ ପ୍ରାର୍ଥା ବଡ ଗାଡିରେ ଆସୁଛନ୍ତି ନାମାଙ୍କନ ଦାଖଲ କରିବା ପୂର୍ବରୁ ରୋଡ ଶୋ କରୁଛନ୍ତି ଠିକ୍ ସେହି ସମୟରେ ଅଜିତ୍ ପ୍ରସାଦ ନିଆରା ଢଙ୍ଗରେ ମଇଁଷି ଉପରେ ବସି ନିଜ ସମର୍ଥକ ମାନଙ୍କ ସହିତ ଆସି ନାମାଙ୍କନ ଭିରିଥିଲେ । ଯାହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ତେବେ ଏହା ପ୍ରଥମ ଘଟଣା ନୁହେଁ ଏହା ପୂର୍ବରୁ ମହାରାଷ୍ଟ୍ରର ମାଧା ଆସନରୁ ଜଣେ ସ୍ୱାଧୀନ ପ୍ରାର୍ଥୀ ରାମ ଗାଇକ୍ୱାଡ ନାମାଙ୍କନ ଭରିବା ସମୟରେ ଠିକ୍ ଏପରି ମଇଁଷି ଉପରେ ବସି ନାମାଙ୍କନ ଭରିବାକୁ ଆସିଥିଲେ ।

Leave a Reply

Your email address will not be published. Required fields are marked *