ଓଡ଼ିଆ ଝିଅ ଭାଙ୍ଗିଦେଲେ ୧୦୦ ବର୍ଷର ଇତିହାସ , AMU ର ହେଲେ କୁଳପତି ..
1 min read୧୦୦ ବର୍ଷର ରେକର୍ଡକୁ ଭାଙ୍ଗିଦେଲେ ଓଡିଆ ଝିଅ । ଆଲିଗଡ ମୁସଲିମ୍ ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା କୁଳପତି ହେଲେ ନାଇମା ଖାତୁନ ଗୁଲରେଜ । ତାଙ୍କ ନିଯୁକ୍ତିର ମୋହର ମାରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ନିର୍ବାଚନ କମିଶନ । ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟରେ ଏହା ପ୍ରଥମ ଥର ଯେ ଜଣେ ମହିଳା ଏଠାରେ କୁଳପତି ହୋଇଛନ୍ତି । ୧୦୦ ବର୍ଷ ପରେ ପ୍ରଥମ ଥର ନାଇମା ଖାତୁନ୍ ଗୁଲରେଜ ହେବେ ପ୍ରଥମ ମହିଳା କୁଳପତି । ଦ୍ରୌପଦୀ ମୁର୍ମୁଙ୍କୁ ମୋହର ପରେ ଏହା ନିଶ୍ଚିତ ହୋଇଯାଇଛି । ତେବେ ନାଇମା ଖାତୁନ୍ ଗୁଲରେଜ ହେଉଛନ୍ତି ଓଡିଆ ଝିଅ । ଘର ଯାଜପୁର ଜିଲ୍ଲାରେ । ସୂଚନାନୁସାରେ ନଭେମ୍ବର ମାସରେ ବିଶ୍ୱବିଦ୍ୟାଳୟରେ ନିଯୁକ୍ତ ନେଇ ତିନୋଟି ନାଁ ସୁପାରିଶ କରାଯାଇଥିଲା ।
ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ନିର୍ବାଚନ କମିଶନଙ୍କ ଅନୁମୋଦନ ପରେ ନାଇମା ଖାତୁନଙ୍କୁ କୁଳପତି ଭାବରେ ନିଯୁକ୍ତି ମିଳିଛି । ସେ ଏହି ପଦରେ ୫ ବର୍ଷ ରହିବେ । ସ୍ୱାମୀ ତଥା ପ୍ରୋ ଭାଇସ-ଚାନଲେସର ପ୍ରଫେସର ମହମ୍ମଦ ଗୁଲରେଜଙ୍କଠାରୁ କାର୍ଯ୍ୟଭାର ସମ୍ଭାଳିଛନ୍ତି ନାଇମା ଖାତୁନ । ୧୯୮୮ ରେ ଅଧ୍ୟାପକ ପଦରେ ନିଯୁକ୍ତ ହୋଇଥିଲେ ନାଇମା ଖାତୁନ ଗୁଲରେଜ, ଯିଏ ଏମୟୁରୁ ସାଇକୋଲୋଜିରେ ପିଏଚଡି ହାସଲ କରିଥିଲେ, ସେହି ବିଭାଗରେ ୧୯୮୮ ରେ ଅଧ୍ୟାପକ ଭାବରେ ନିଯୁକ୍ତ ହୋଇଥିଲେ । ୨୦୦୬ ରେ ତାଙ୍କୁ ପ୍ରଫେସର ପଦୋନ୍ନତି ଦିଆଯାଇଥିଲା । ଗୋଟିଏ ଶିକ୍ଷାବର୍ଷ ପାଇଁ ରୱାଣ୍ଡା ନ୍ୟାସନାଲ ୟୁନିଭର୍ସିଟିରେ ଅଧ୍ୟାପକ ଥିଲେ ନାଇମା ଖାତୁନ । ଆଲିଗଡ ମୁସଲିମ୍ ବିଶ୍ୱବିଦ୍ୟାଳୟରେ ବହୁ ପ୍ରଶାସନିକ ପଦବୀରେ କାର୍ଯ୍ୟ କରିଛନ୍ତି ।