ଘୁରୁନି ପଙ୍ଖା ଅସହ୍ୟ ଗରମରେ ସନ୍ତୁଳି ହେଉଛନ୍ତି ଲୋକେ ..
1 min readତତଲା କଢେଇରେ ସିଝୁଛି ସାରା ଓଡିଶା । ଉପାନ୍ତରୁ ଉପକୂଳ ଗରମରେ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ । ଆଉ ଏହି ଘଡିସନ୍ଧି ମୂହୂର୍ତ୍ତରେ ସାହାରା ସାଜିଛି ବିଜୁଳି । ଲୋକମାନେ ବିଜୁଳି ସାହାଯ୍ୟରେ ଘରେ ଘରେ ପଙ୍ଖା, ଏସି, କୁଲର ସାହାଯ୍ୟ ରେ ଗରମ ରୁ ରକ୍ଷା ପାଇଥାନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ କଳସପୁର ଗାଁ ରେ ଦେଖିବାକୁ ମିଳିଛି ଅଜବ ଘଟଣା । କଳସପୁର ଗାଁ ରେ ଘରେ ଘରେ ବିଜୁଳି ଅଛି ସତ ହେଲେ ଲୋକେ ସୁବିଧା ପାଇପାରୁନାହାନ୍ତି । ରାତି ହେଲାମାନେ ମିଞ୍ଜିମିଞ୍ଜି ଆଲୁଅ ରେ ହନ୍ତସନ୍ତ ହେଉଛନ୍ତି ଗୃହିଣୀ ଙ୍କ ଠୁ ଆରମ୍ଭ କରି ପିଲା ଠାରୁ ବୁଢା ।
ଦୀର୍ଘଦିନ ହେବ ଲୋ ଭୋଲ୍େଟଜ ର ଶିକାର ହୋଇ ବାରମ୍ବାର ମିଟର ରିଡିଙ୍ଗ ପାଇଁ ଯାଉଥିବା ଅଫିସର ଙ୍କୁ କହି ନୟାନ୍ତ ହୋଇପଡିଲେଣି କେନ୍ଦ୍ରାପଡାବାସୀ । କେହି ସେମାନଙ୍କ ସମସ୍ୟା କୁ କର୍ଣ୍ଣପାତ କରୁନାହାନ୍ତି । ଶେଷରେ ଗ୍ରାମବାସୀ ଆସି ମିଶି ଆଳି ବିଦ୍ୟୁତ ସବଡ଼ିଭିଜନ ର ଅଫିସ ଆଗରେ ଧାରଣା ଦେବା ସହିତ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ଅଭିଯୋଗ କରିଛନ୍ତି ଯେ ଲୋ ଭୋଲ୍େଟଜ ସ୍ୱତ୍ତେ ଫ୍ୟାନ, ଲାଇନ ଅଧିକ ପରିମାଣରେ ବ୍ୟବହୃତ ହେଉନଥିବା ବେଳେ ମାସ ଶେଷକୁ ଅଧିକ ପରିମାଣର ବିଜୁଳି ବିଲ ଆସୁଛି । ଏହା ଉପରେ ପ୍ରକୃତ ତଦନ୍ତ କରାଯିବାକୁ ସେ ଦାବୀ ଜଣେଇଥିବା ବେଳେ ଯଦି ଖୁବ ଶୀଘ୍ର ସେମାନଙ୍କ ସମସ୍ତ ଦାବୀ ପୂରଣ ନ କରାଯାଏ ତେବେ ସେମାନେ ଆଗାମୀ ଦିନରେ ଆଳି ବିଦ୍ୟୁତ ଅଫିସ ଘେରାଉ କରିବା ସହିତ ଅଫିସ ରେ ଜବରଦସ୍ତି ତାଲା ପକାଇ ସବୁଦିନ ପାଇଁ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତ