Pratidin TV

Odisha's Digital News Platform

ଗାଁ ରେ ମଦ ବିକ୍ରିକୁ ନେଇ ମହିଳାଙ୍କ ବିରୋଧ , ଥାନାରେ ଦେଲେ ଏତଲା ..

1 min read

ମଦ ବିକ୍ରିକୁ ବିରୋଧ କରିଛନ୍ତି ଶହ ଶହ ମହିଳା । ଏ ନେଇ ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ ।ମହିଳା ଏବଂ ପୁରୁଷ ଏକଜୁଟ ହୋଇ ମଦକୁ ବିରୋଧ କରିବା ସହିତ ମଦବିରୋଧୀ ନାରା ଦେଇ ଗାଁ ପରିକ୍ରମା କରିଥିଲେ । ସୂଚନାନୁଯାୟୀ ବୋରିଗୁମ୍ମା ବଡ଼ ଦୁବୁଲି ଗାଁରେ ଦିନକୁ ଦିନ ଦେଶୀ ମଦ ବିପୁଳ ପରିମାଣରେ ବିକ୍ରି ହେଉଛି । ଫଳରେ ଯୁବକ ମାନେ ମଦ ପିଇ ନାନା କୁକର୍ମ ରେ ଲିପ୍ତ ରହୁଛନ୍ତି ।

ମହିଳା ମାନେ ଦିନ ମଜୁରିଆ ଭାବେ କାଜୁ ମିଲରେ କାମ କରି ୨ ପଇସା ରୋଜଗାର କରି ଆଣିଲେ ପୁରୁଷ ମାନେ ସ୍ତ୍ରୀକୁ ମାରଧାର କରି ଟଙ୍କା ଛଡାଇ ନେଇ ମଦ ପିଉଛନ୍ତି ।ଏମିତିକି ସରକାର ପକ୍ଷରୁ ମିଳୁଥିବା ଚାଉଳ କୁ ବିକ୍ରି କରି ମଦ ପିଉଛନ୍ତି । ଫଳରେ ଅତି କମ୍ ବୟସରେ ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି ଆଉ ମୃତ୍ୟୁ ମୁଖରେ ମଧ୍ୟ ପଡୁଛନ୍ତି । ଫଳରେ ଅନେକ ମହିଳା ଅଳ୍ପ ବୟସର ବିଧବା ସାଜୁଛନ୍ତି ।ଗାଁ ରେ ସବୁବେଳେ ଘରେ ଘରେ ମଦକୁ ନେଇ ଅଶାନ୍ତି ବଢୁଛି ।ବଡ଼ ଦୁବୁଲି ଗାଁ ରେ ଯେଉଁମାନେ ମଦ ବିକ୍ରି କରୁଛନ୍ତି ସେମାନଙ୍କୁ ପ୍ରଥମେ ଗାଁର ମହିଳା ପୁରୁଷ ମାନେ ମଦ ନବିକିବାକୁ ଚତାବନି ଦେଇଥିଲେ । କିନ୍ତୁ ମଦ ବିକ୍ରି କରୁଥିବା ବେପାରୀ ଏକଥା ଶୁଣିନଥିଲା । ଶେଷରେ ସମସ୍ତ ମହିଳା ପୁରୁଷ ଏକଜୁଟ ହୋଇ ଥାନାରେ ଅଭିଯୋଗ କରିଛନ୍ତି ।ତୁରନ୍ତ ଗାଁ ରେ ମଦ ବିକ୍ରି ବନ୍ଦ କରାଯାଉ ନଚେତ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

Advertisement

Leave a Reply

Your email address will not be published. Required fields are marked *