Pratidin TV

Odisha's Digital News Platform

ଶେଷ ହେଲା ପ୍ରଚାର ଏବେ ଭୋଟକୁ ଅପେକ୍ଷା…ଅମିତ ଶାହାଙ୍କ ସମେତ ୧୩୫୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

1 min read

ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ରବିବାର ତଥା ଗତକାଲି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ଓ ନଗର ହାଭେଲି ଏବଂ ଦାମନ ଓ ଦିଉର ୯୩ଟି ଲୋକସଭା ଆସନରେ ମତଦାନ ହେବ। ୯୪ ଲୋକସଭା ଆସନରେ ମୋଟ ୧୩୫୧ ପାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା |

୩ୟ ପର୍ଯ୍ୟାୟ ନିର୍ବାଚନରେ ମୋଟ ୧୩୫୧ ପାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା ନିର୍ଧାରଣ କରିବେ ଜନତା | ଏହି ପର୍ଯ୍ୟାୟରେ ବହୁ ହେଭିୱେଟ ଓପାର୍ଥି ରହିଛନ୍ତି | ଏହି ପର୍ଯ୍ୟାୟରେ ଗୁଜୁରାଟର ସମସ୍ତ ଓ ଗୋଆର ସମସ୍ତ ଆସନରେ ଭୋଟ ଗ୍ରହଣ ହେଉଥିବା ବେଳେ କର୍ଣ୍ଣାଟକରେ ମତଦାନ ଶେଷ ହେବ | ମେ’ ୭ ତାରିଖ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ। ଏହି ପର୍ଯ୍ୟାୟରେ ୧୦ ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ପ୍ରଦେଶର ୯୪ ଆସନରେ ଆସନ୍ତା ୭ ତାରିଖରେ ଭୋଟ ଗ୍ରହଣ କରାଯିବ । ସେଥୁମଧ୍ଯରେ ଆସାମର ୪, ବିହାରର ୫, ଛତିଶଗଡର ୭, ଗୋଆର ୨, ଗୁଜରାଟର ୨୬, କର୍ଣ୍ଣାଟକର ୧୪, ମଧ୍ୟପ୍ରଦେଶର ୮, ମହାରାଷ୍ଟ୍ରର ୧୧, ଉତ୍ତରପ୍ରଦେଶର ୧୦, ପଶ୍ଚିମବଙ୍ଗର ୪, ଦାଦ୍ରା ଓ ନଗର ହାବେଳି ଏବଂ ଡାମନ ଓ ଡିଭର ୨ଟି ଆସନ ରହିଛି ।

Advertisement

Leave a Reply

Your email address will not be published. Required fields are marked *