Pratidin TV

Odisha's Digital News Platform

ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ : ୬୦ ଜଣ ଛାତ୍ରୀଙ୍କ ଗାଧୋଇବା ଭିଡିଓ ଭାଇରାଲ କଲେ ଜଣେ ଛାତ୍ରୀ

ଚଣ୍ଡିଗଡ : ଜଣେ ନାରୀ ହିଁ ଆଉ ଜଣେ ନାରୀରର ବଡ ଶତ୍ରୁ । ଏପରି କଥା ଆମେ କେବଳ ଶୁଣିଆସିଥିଲେ କିନ୍ତୁ ଗତକାଲି ଏକ ବିଶ୍ୱବିଦ୍ୟାଳୟ ଛାତ୍ରୀନିବାସରେ ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଯାଇଛି । ଜଣେ ଛାତ୍ରୀ ହଷ୍ଟେଲରେ ରହୁଥିବା ତାଙ୍କର ଅନେକ ସହପାଠୀମାନଙ୍କର ବାଥରୁମ ଭିତରର ଅଶ୍ଳୀଳ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଦେଇଛି । ଯାହାକୁ ନେଇ ଗତକାଲି ସନ୍ଧ୍ୟାରୁ ବିଶ୍ୱ ବିଦ୍ୟାଳୟରେ ବଡଧରଣର ବିକ୍ଷୋଭ ଆରମ୍ଭ ହୋଇଥିଲା ।

ସୂଚନା ଅନୁଯାୟୀ ଘଟଣାଟି ପଞ୍ଜାବର ମୋହାଲିରେ ଥିବା ବେଶ୍ ଚର୍ଚ୍ଚିତ ଚଣ୍ଡିଗଡ ବିଶ୍ୱବିଦ୍ୟାଳୟର । ଏହି ବିଶ୍ୱବିଦ୍ୟାଳୟ ଛାତ୍ରୀ ନିବାରେ ରହୁଥିବା ଜଣେ ଛାତ୍ରି ପ୍ରଥମେ ତା ରୁମ୍ ମେଟ୍ ଓ ପରେ ଛାତ୍ରୀନିବାସର ଅନେକ ଝିଆମାନଙ୍କ ଗାଧୋଇବା ସମୟର ଭିଡିଓ ସୁଟ୍ କରିଥିଲେ । ଏହା ପରେ ଭିଡିଓଗୁଡିକୁ ହିମାଚଳପ୍ରଦେଶର ଶିମଲାରେ ରହୁଥିବା ଜଣେ ବ୍ୟକ୍ତି ପାଖକୁ ପଠାଇଥିଲେ । ତେବେ ଉକ୍ତ ବ୍ୟକ୍ତି ଜଣଙ୍କ ସେହି ଭିଡିଓଗୁଡାକୁ ଇଣ୍ଟରନେଟ୍ ରେ ପୋଷ୍ଟ କରିଥିଲେ । ସେସବୁ ଭିଡିଓ କ୍ଲିପ୍‌ଗୁଡିକ ଇଣ୍ଟରନେଟ୍ ରେ ଭାଇରାଲ ହେବାପରେ ଛାତ୍ରନିବାସୀର କିଛି ଛାତ୍ରୀ ନିଜ ନିଜଙ୍କୁ ସେହି ଭିଡିଓରେ ପାଇ ଡରିଯାଇଥିଲେ ଏବଂ ତାମଧ୍ୟରୁ କିଛି ଚେତା ଶୂନ୍ୟ ମଧ୍ୟ ହୋଇଯାଇଥିଲେ ।

ଘଟଣାଟି ସମ୍ଫୂର୍ଣ୍ଣ ଛାତ୍ରୀନିବାସ ସହ ବିଶ୍ୱବିଦ୍ୟାଳୟରେ ମଧ୍ୟ ନିଆଁ ପରି ବ୍ୟାପିଯାଇଥିଲା । ଏହାପରେ ଛାତ୍ରୀମାନେ ଏକତ୍ର ହୋଇ ମୋହାଲି ଥାନାରେ ତାଙ୍କ ଛାତ୍ରୀନିବାସର ଏକ ଛାତ୍ରୀ ନାରେ ଅଭିଯୋଗ କରିଥିଲେ । ଏହାସହ ବିଶ୍ୱବିଦ୍ୟାଳୟ ଗେଟ୍ ସାମ୍ନାରେ ମଧ୍ୟ ହଜାର ହଜାର ଛାତ୍ରୀ ଶ୍ରୀଘ୍ର କାର୍ଯ୍ୟାନୁଷ୍ଠାନ ଦାବିରେ ବିକ୍ଷୋଭ ଆରମ୍ଭ କରିଦେଇଥିଲେ । ତେବେ ମୋହଲି ପୋଲିସ ମୁଖ୍ୟ ବିବେକ ସୋନି ସେଠାରେ ପହଞ୍ଚି ପରିସ୍ଥିତିକୁ ସମ୍ଭାଳି ଥିଲେ । ଏବଂ ଯଥାଶ୍ରୀଘ୍ର ଭିଡିଓଗୁଡିକୁ ଇଣ୍ଟରନେଟ୍‌ରୁ ଡିଲିଟ କରାଯିବ ବୋଲି କହିଥିଲେ । ଐହାପରେ ପୋଲିସ ଅଭିଯୁକ୍ତ ଛାତ୍ରୀ ଜଣଙ୍କୁ ସେଠାରୁ ଗିରଫ କରି ଥାନରେ ପଚରାଉଚରା କରିବା ସହ ତଦନ୍ତ ମଧ୍ୟ ଆରମ୍ଭ କରିଦେଇଛି ।

ଅନ୍ୟପଟେ ପଞ୍ଜାବର ସ୍କୁଲ ଶିକ୍ଷା ମନ୍ତ୍ରୀ ଏଚ୍ଏସ୍ ବୈଂଶ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ପିଲାମାନଙ୍କୁ ଶାନ୍ତ ହେବାକୁ କହିଛନ୍ତି। ଏଥିସହ ଦୋଷୀଙ୍କୁ ଆଦୌ ଛଡ଼ା ଯିବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, “ମୁଁ ବେଶ ବିନମ୍ରତାର ସହ ଅନୁରୋଧ କରୁଛି ଯେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ପିଲାମାନେ ଶାନ୍ତି ବଜାୟୀ ରଖନ୍ତୁ।


କୌଣସି ବି ଦୋଷୀଙ୍କୁ ଆଦୌ ଛଡ଼ା ଯିବନାହିଁ। ଏହା ସମ୍ବେଦନଶୀଳ ପ୍ରସଙ୍ଗ। ଏହା ଆମ ଭଉଣୀ ଓ ଝିଅମାନଙ୍କ ସମ୍ମାନ ସହ ଜଡ଼ିତ। ମିଡିଆ ସମେତ ଆମେ ସମସ୍ତେ ଅଧିକ ସତର୍କ ହେବା ଦରକାର। ଗୋଟିଏ ସମାଜ ଭାବେ ବର୍ତ୍ତମାନ ଏହା ଆମ ସମସ୍ତଙ୍କ ପାଇଁ ପରୀକ୍ଷାର ମୁହୂର୍ତ୍ତ।”

Leave a Reply

Your email address will not be published. Required fields are marked *