Pratidin TV

Odisha's Digital News Platform

୫୭ ନମ୍ବର ଜାତୀୟ ରାଜପଥରେ ଓଲଟିଲା ସାଇରାଜ୍ , ୭ ଆହତ ୪ ଗୁରୁତର ..,

1 min read

ସୁବର୍ଣ୍ଣପୁର ; ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ସୁବର୍ଣ୍ଣପୁର ଜିଲ୍ଲା ଖମ୍ବେଶ୍ୱରୀପାଲି ଠାରେ ସାଇରାଜ ନାମକ ଏକ ଘରୋଇ ବସ ଦୁର୍ଘଣାଗ୍ରସ୍ତ ହୋଇଛି। ଯାତ୍ରୀବାହୀ ବସ ଟି ଭୁବନେଶ୍ୱର ରୁ ବଲାଙ୍ଗୀର ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଛି । ଏହି ଯାତ୍ରୀ ବାହି ବସରେ ମୋଟ ୪୦ ଜଣ ଯାତ୍ରୀ ଥିବା ଜଣା ପଡ଼ିଛି ।

ତେବେ ଦୁର୍ଘଟଣାରେ ୭ ଜଣ ସାମାନ୍ୟ ଆହତ ହୋଇ ଥିବା ବେଳେ ୪ ଜଣ ଯାତ୍ରୀ ଗୁରୁତର ଅଛନ୍ତି । ସାମାନ୍ୟ ଆହତ ଯାତ୍ରୀଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପ୍ରାଥମିକ ଚିକିତ୍ସା ପରେ ଛାଡି ଦେଇ ଥିବା ବେଳେ ଗୁରୁତର ଙ୍କୁ ଚିକିତ୍ସା ଚାଲିଛି । ଘଟଣା ସ୍ତଳରେ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କରିଛି ।

Advertisement

Leave a Reply

Your email address will not be published. Required fields are marked *