Pratidin TV

Odisha's Digital News Platform

ପାଣ୍ଡିଆନ କଲେ ଘୋଷଣା , ଜୁନ ୯ରେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନବୀନ’ …

1 min read

ପୁଣି ଥରେ ବିରୋଧୀଙ୍କୁ ଟାର୍ଗେଟ କଲେ ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଗୋଟିଏ ପଟେ ଜୁନ୍ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ଶପଥ ନେବାକୁ ଘୋଷଣା କରିଥିବାବେଳେ ଭିକେ ପାଣ୍ଡିଆନ ମଧ୍ୟ ଏନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି ଜୁନ୍ ୯ ତାରିଖରେ ୧୧.୩୦ରୁ ଦିନ ୧ଟା ଭିତରେ ଓଡିଶାରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଶପଥ ଗ୍ରହଣ କରି ଇତିହାସ ରଚିବେ । ସେ କହିଛନ୍ତି ଓଡ଼ିଶାରେ ନବୀନ ସରକାରଙ୍କର କୌଣସି ଯୋଜନା ବନ୍ଦ ହେବନି । ଗରିବ ଲୋକଙ୍କୁ ସଶକ୍ତ କରୁଥିବା ଯୋଜନାକୁ ଓଡିଶାରେ କେହି ବନ୍ଦ କରିପାରିବେ ନାହିଁ ।

ସେ କହିଛନ୍ତି ଅନେକ ରାଜ୍ୟରେ ବିଜେପିକୁ ଭରସା କରି ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ହୋଇଥିଲା । ହେଲେ ସେହି ସବୁ ଜାଗାରେ ଇଞ୍ଜିନରୁ ତେଲ ସରିଗଲା ଆଉ ଗାଡି ବନ୍ଦ ହୋଇଗଲା । ଯେଉଁଠାରେ ଡବଲ ଇଞ୍ଜିନ ସରକାର ଗଠନ ହୁଏ ସେହି ରାଜ୍ୟ ୨୦ ବର୍ଷ ପଛକୁ ଫେରିଆସେ । ଏହାସହ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇ କହିଥିଲେ , ଓଡିଶା ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏସବୁ ଯୋଜନା କରିଛନ୍ତି । ତେଣୁ ଏଥର ଯୋଡି ଶଙ୍ଖରେ ଭୋଟ ଦେବାକୁ ଅପିଲ୍ କରିଥିଲେ ପାଣ୍ଡିଆନ ।

Advertisement

Leave a Reply

Your email address will not be published. Required fields are marked *