Pratidin TV

Odisha's Digital News Platform

ନରେଶ ଗୋୟଲଙ୍କୁ ମିଳିଲା ଜାମିନ..

1 min read

ନରେଶ ଗୋୟଲଙ୍କୁ ମିଳିଲା କୋର୍ଟରୁ ଆଶ୍ୱସ୍ତି ।ମନି ଲଣ୍ଡରିଂ ମାମଲାରେ ଜେଟ ଏୟାରୱେଜ୍‌ର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ କୋର୍ଟରୁ ୨ ମାସ ଅନ୍ତରୀଣ ଜାମିନ ପ୍ରଦାନ କରିଛି କୋର୍ଟ । ସୋମବାର ଜାମିନ ଆବେଦନ ଶୁଣାଣି ପରେ ବମ୍ବେ ହାଇକୋର୍ଟର ବେଞ୍ଚ ଗୋୟଲଙ୍କୁ ଜାମିନ ପ୍ରଦାନ କରିଛି । ସୂଚନାଯୋଗ୍ୟ ଯେ କ୍ୟାନସର ଭଳି ସାଂଘାତିକ ରୋଗର ପୀଡିତ ଅଛନ୍ତି ନରେଶ ଗୋୟଲ । ଚିକିତ୍ସା ପାଇଁ ସେ ନିଜେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ତାଙ୍କ ପତ୍ନୀ ମଧ୍ୟ କର୍କଟ ରୋଗରେ ପୀଡିତ ଥିବା ଦର୍ଶାଇ କୋର୍ଟରେ ଜାମିନ ଆବେଦନ କରିଥିଲେ ।

କାନାରା ବ୍ୟାଙ୍କ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ସୋମବାର ଜେଟ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଦୁଇ ମାସ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛି ବମ୍ବେ ହାଇକୋର୍ଟ । ସେ ତାଙ୍କ ପତ୍ନୀଙ୍କ ସହ ୨ ମାସ ରହିପାରିବେ ବୋଲି କୋର୍ଟ କହିଛି । ଜଷ୍ଟିସ ଏନଜେ ଜାମଦାରଙ୍କ ଏକକ ବେଞ୍ଚ ତାଙ୍କୁ ଏକ ଲକ୍ଷ ଟଙ୍କା ସହ ଜାମିନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଫେବୃଆରୀରେ ଗୋୟଲଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲା କୋର୍ଟ । ଏପ୍ରିଲ ୧୦ ରେ, ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ମେଡିକାଲରେ ସ୍ଥାୟୀ ଜାମିନ ଦେବାକୁ ମନା କରିଦେଇଥିଲେ । ଯେଉଁଠାରେ ନରେଶ ଗୋୟଲଙ୍କ ପକ୍ଷରୁ କୋର୍ଟରେ ଅନ୍ତରୀଣ ଜାମିନ ଆବେଦନ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ୭୪ ବର୍ଷୀୟ ବ୍ୟବସାୟୀ ନରେଶ ଗୋୟଲଙ୍କୁ ସେପ୍େଟମ୍ବର ୨୦୨୩ ରେ ଇଡି ଗିରଫ କରିଥିଲେ । କାରଣ କାନାରା ବ୍ୟାଙ୍କ ଦ୍ୱାରା ଜେଟ ଏୟାରୱେଜକୁ ଦିଆଯାଇଥିବା ୫୩୮.୬୨ କୋଟି ଟଙ୍କାର ଋଣ ଠକେଇ କରିବା ଅଭିଯୋଗରେ ଇଡି ନରେଶ ଗୋୟଲଙ୍କୁ ଗିରଫ କରିଥିଲା

Advertisement

Leave a Reply

Your email address will not be published. Required fields are marked *