Pratidin TV

Odisha's Digital News Platform

ଭୋଟ ଦେଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ- ମତଦାନ ସାମାନ୍ୟ ଦାନ ନୁହେଁ

1 min read

ଆଜି ସକାଳୁ ଉଠି ଭୋଟ ଦେଇ ନିଜ କର୍ତ୍ତବ୍ୟ ପୁରା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | କଡା ସୁରକ୍ଷା ବଳୟ ମଧ୍ୟରେ ନିଜ ମତ ସାବସ୍ଥ୍ୟ କରିବା ସହ କାଳି ଲଗା ଆଙ୍ଗୁଠିକୁ ଦେଖାଇ ଲୋକଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି |

ତେବେ ମେ ୭ ତଥା ଆଜି ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ। ଗୁଜୁରାଟର ଅହମ୍ମଦାବାଦର ନିଶାନ୍ ହାୟର ସେକେଣ୍ଡାରୀ ସ୍କୁଲ ବୁଥରେ ଆଜି ସକାଳୁ ଭୋଟ୍ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ତାଙ୍କ ସହ ଗୃହ ମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ଥିଲେ | ପ୍ରଧାନମନ୍ତ୍ରୀ ମୋଦି ଭୋଟ ଦେବା ପରେ ସେଠାରେ ଥିବା ଲୋକଙ୍କୁ ଭେଟିବା ସହ ସେଲ୍ଫି ନେବା ସହ ପିଲାଙ୍କ ସହ ଖେଳି ମଧ୍ୟ ଥିଲେ |

Advertisement

ଆଜି ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ। ଦେଶର ୯୪ ସିଟ୍‌ ପାଇଁ ମତଦାନ ହେଉଛି | ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୯୪ ସିଟରେ ପାର୍ଥୀଙ୍କ ଭାଗ୍ୟ ନିରୂପଣ କରୁଛନ୍ତି | ତେବେ କଡା ସୁରକ୍ଷା ସହ ଭୋଟର ମାନଙ୍କୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି |

Leave a Reply

Your email address will not be published. Required fields are marked *