Pratidin TV

Odisha's Digital News Platform

ସ୍ତ୍ରୀ ଜେନେଲିଆଙ୍କ ସହ ଆସି ଭୋଟ ଦେଲେ ଅଭିନେତା ରିତେଶ୍‌

1 min read

ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ମତଦାନ ଚାଲୁଥିବା ସମୟରେ ମୁମ୍ବାଇର ଲଟୁର ମତଦାନ କେନ୍ଦ୍ରକୁ ଆସି ଝିଅର ମତସାବସ୍ଥ୍ୟ କରିଛନ୍ତି ବଲିଉଡ ଅଭିନେତା ରିତେଶ ଦେଶମୁଖ ଓ ତାଙ୍କ ପତ୍ନୀ ତଥା ଅଭନେତ୍ରୀ ଜେନେଲିଆ ଦେଶମୁଖ | ତେବେ ଦୁହିଁଙ୍କୁ ଭୋଟିଂ କେନ୍ଦ୍ରରେ ବେଶ ହସ ଖୁସିରେ କଥା ହେଉଥିବାର ନଜର ଆସିଥିବା ବେଳେ ଭୋଟିଂ କରିବା ପରେ ସେ ସାରା ଦେଶବାସୀଙ୍କୁ ନିଜର ମତ ସାବସଟି କରିବା ସହ ଗୋଟିଏ ଦାୟିତ୍ୱବାନ କର୍ତ୍ତବ୍ୟ ପାଇଁ ପରାମର୍ଶ ଦେଇଛନ୍ତି |

ତେବେ ଆଜି ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୪ ଆସନ ପାଇଁ ଆରମ୍ଭ ହୋଇଛି ଭୋଟିଂ | ୯୪ ସଂସଦୀୟ କ୍ଷେତ୍ରରେ ନିଜ ମନ ପସନ୍ଦର ନେତା ବାଛୁଛନ୍ତି ୧୭ କୋଟି ୨୪ ଲକ୍ଷ ମତଦାତା | ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ସହ ଭୋଟରଙ୍କ ସୁବିଧା ପାଇଁ ବିଭିନ୍ନ ବ୍ୟବସ୍ଥା ମଧ୍ୟ କରାଯାଇଛି | ଏପରିକି ୪ ହଜାର ୩ଶହ ଫ୍ଲାଇଙ୍ଗ ସ୍କ୍ୱାଡ଼ ଏବଂ ୧୯ ଶହ ୮୭ ସର୍ଭିଲାନ୍ସ ଟିମ ଗଠନ କରାଯାଇଛି | ତେବେ ପ୍ରଚଣ୍ଡ ଖରା ପ୍ରଭାବରୁ ମତଦାନ କେନ୍ଦ୍ରରେ ପାନୀୟ ଜଳର ମଧ୍ୟ ସୁବିଧା କରାଯାଇଛି |

Advertisement

Leave a Reply

Your email address will not be published. Required fields are marked *