Pratidin TV

Odisha's Digital News Platform

ବଲିଉଡ ଗୀତରେ ନାଚିଲେ ମୋଦୀ , ନିଜେ ପ୍ରଧାନମନ୍ତ୍ରୀ ସେୟାର କଲେ ନିଜର ଭିଡଓ ..

1 min read

ଆପଣ କେବେ ନରେନ୍ଦ୍ର ମୋଦୀଙ୍କୁ ବଲିଉଡ ଗୀତରେ ନାଚୁଥିବାର ଦେଖିଛନ୍ତି କି ? ଯଦି ଦେଖି ନାହାଁନ୍ତି ତାହଲେ ଥରେ ଦେଖି ନିଅନ୍ତୁ ଏହି ଭିଡଓ କୁ । ଲୋକସଭା ନିର୍ବାଚନ ୨୦୨୪ କୁ ନେଇ ସରଗରମ ରାଜନୀତି । ରାଜନୈତିକ ବ୍ୟଙ୍ଗ ଏବଂ ବାକ୍‌ଯୁଦ୍ଧ ତୀବ୍ର ହେବାରେ ଲାଗିଛି । ଏସବୁକୁ ନେଇ ରାଜନୈତିକ ବାତାବରଣ ଅତ୍ୟନ୍ତ ଗମ୍ଭୀର ରହିଛି । ହେଲେ ଏହି ରାଜନୈତିକ ଅସ୍ଥିରତା ମଧ୍ୟରେ ପିଏମ ମୋଦୀ ନିଜ ଉପରେ ନିର୍ମିତ ଏକ ମେମ ଭିଡିଓ ସେୟାର କରିଛନ୍ତି । ଯାହା ଏବେ ଚାରିଆଡେ ଚର୍ଚ୍ଚାର ଶିରୋନାମା ପାଲଟିଛି ।

ବାସ୍ତବରେ ସୋସିଆଲ ମିଡିଆ ପ୍ଲାଟଫର୍ମ x ରେ ‘ଏଥିଷ୍ଟ କ୍ରିଷ୍ଣା’ ନାମକ ଜଣେ ୟୁଜର ପିଏମ ମୋଦୀଙ୍କ ର ଏକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ମାଧ୍ୟମରେ ଭିଡିଓ ଅପଲୋଡ୍ କରିଥିଲେ । ଏହି ଭିଡିଓରେ ପିଏମ ମୋଦୀ ଏକ ବିରାଟ ସମାବେଶରେ ନାଚୁଥିବା ନଜର ଆସିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏହି AI ଭିଡିଓକୁ ପ୍ରଶଂସା କରିଛନ୍ତି । ସେ ଏହାକୁ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ମଧ୍ୟ ସେୟାର କରିଛନ୍ତି ।ଏହି ଭିଡିଓ ସେୟାର କରି ମୋଦୀ ଲେଖିଛନ୍ତି, ‘ଆପଣ ସମସ୍ତଙ୍କ ପରି ମୁଁ ମଧ୍ୟ ନାଚୁଥିବାର ଦେଖି ମୋତେ ଭଲ ଲାଗିଲା । ନିର୍ବାଚନ ଋତୁରେ ଏପରି ସୃଜନଶୀଳତା ପ୍ରକୃତରେ ଏକ ଆନନ୍ଦଦାୟକ! ତେବେ ଏହାକୁ କ୍ରିଷ୍ଣା ନାମକ ୟୁଜର ପୋଷ୍ଟ କରି ଲେଖିଥିଲେ , ‘ମୁଁ ଏହି ଭିଡିଓ ପୋଷ୍ଟ କରୁଛି କାରଣ ମୁଁ ଜାଣେ ଯେ ‘ଡିକଟେଟର’ମୋତେ ଏଥିପାଇଁ ଗିରଫ କରିବ ନାହିଁ ।’

କେବଳ ପ୍ରଧାନମନ୍ତ୍ରୀ ନୁହଁନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକ ଏଆଇ ଡ୍ୟାନ୍ସ ଭିଡିଓ ମଧ୍ୟ ଭାଇରଲ ହୋଇଛି । ଯାହା ଭାଇରଲ ହେବାପରେ କୋଲକାତା ପୋଲିସ ଏକ ମାମଲା ରୁଜୁ କରି ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

Leave a Reply

Your email address will not be published. Required fields are marked *