Pratidin TV

Odisha's Digital News Platform

ଭଦ୍ରକ ଗାନ୍ଧିପଡିଆରେ ରେ ବିଜୁ ଜନତା ଦଳର ବିଶାଳ କର୍ମୀ ସମ୍ମିଳନୀ , ନେତା ମାନେ କଲେ ଶକ୍ତି ପ୍ରଦର୍ଶନ ..

ଭଦ୍ରକ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ପୌରାଞ୍ଚଳ ର ୧୫ ଗୋଟି ୱାର୍ଡର ପ୍ରାୟ ୧୦ ହଜାର କର୍ମୀଙ୍କୁ ନେଇ ଏକ ବିଶାଳ କର୍ମୀ ସମ୍ମିଳନୀ ଗାନ୍ଧୀ ପଡିଆ ରେ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ବିଧାୟକ ପାର୍ଥି ପ୍ରଫୁଲ୍ଲ ସାମଲ, ସାଂସଦ ପାର୍ଥି ମଞ୍ଜୁଲତା ମଣ୍ଡଳ, ବ୍ଲକ ଅଧକ୍ଷା ଉର୍ମିଳା ନାୟକ, ପୌରାଧ୍ୟକ୍ଷା ଗୁଳ୍ମକ୍କୀ ଦଲୱାଜି ହବିବ ଙ୍କ ସହ ଅନେକ ନେତା ଓ କର୍ମୀ ଉପସ୍ଥିତ ରହି ବିଶାଳ କର୍ମୀ ସମାବେଶ ର ଶୋଭା ବଢ଼ାଇଥିଲେ ।

ସଭାରେ ଉପସ୍ଥିତ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜନ ହିତକର ଯୋଜନା ବିଷୟରେ ଆଲୋଚନା କରିଥିଲେ।ଭଦ୍ରକ ନିର୍ବାଚନ ମଣ୍ଡଳୀ ରେ ଯେଉଁ ବିକାଶ ହୋଇଛି ଆଗକୁ ଆହୁରି ବିକାଶ କାର୍ଯ୍ୟ ଚାଲୁ ରହିବ ବୋଲି କହିଥିଲେ ବିଧାୟକ ପାର୍ଥି ପ୍ରଫୁଲ ସାମଲ କହିଥିଲେ । ସେହିପରି ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ପ୍ରଥମ ଥର ପାଇଁ ମହିଳା ସାଂସଦ ହୋଇପାରିଥିଲେ ଏବଂ ଭଦ୍ରକ ର ବିଭିନ୍ନ ସମସ୍ୟା କୁ ସଂସଦ ରେ ଉଠାଇ ଭଦ୍ରକ ର ବିକାଶ କାର୍ଯ୍ୟରେ ସାମିଲ ହୋଇଥିଲେ, ଚଳିତ ଥର ପୁଣି ଥରେ ସାଂସଦ ପାର୍ଥି ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଦେବା ସହ ଆଗାମୀ ନିର୍ବାଚନ ରେ ଶଙ୍ଖ ଚି଼ହ୍ନ କୁ ବିପୁଳ ମାତ୍ରାରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀ ଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଅନୁରୋଧ କରିଥିଲେ ।

ସେହିପରି ପୌରାଧ୍ୟକ୍ଷା ଗୁଲମାକ୍କୀ ହବିବ ମଧ୍ୟ କହିଛନ୍ତି ଭଦ୍ରକ ରେ ପୌରାଞ୍ଚଳ ରେ ଅନେକ କାର୍ଯ୍ୟ ହୋଇଛି ଆଉ ଯାହା ବାକି ଅଛି ଆମେ ସମସ୍ତଙ୍କ ମିଳିତ ସହଯୋଗରେ ଭଦ୍ରକ ସହରକୁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ ରେ କାର୍ଯ୍ୟ କରି ବହୁ ଆଗକୁ ନେବୁ ବୋଲି କହିଛନ୍ତି । ଅନ୍ୟ ଦଳ ର ନେତା ମାନେ ନିର୍ବାଚନ ସମୟରେ ଆସିବେ ନିର୍ବାଚନ ପରେ ଦେଖାଯିବେନି କିନ୍ତୁ ବିଜୁ ଜନତା ଦଳ ଆପଣଙ୍କ ସହ ସର୍ବଦା ରହିଛି ଆଗକୁ ମଧ୍ୟ ରହିବ ଆଉ ଭଦ୍ରକ ବିକାଶକୁ ଆଗକୁ ନେବ ବୋଲି ଉପସ୍ଥିତ ନେତା ମାନେ ନିଜ ବକ୍ତବ୍ୟ ରେ କହିଥିଲେ |

Leave a Reply

Your email address will not be published. Required fields are marked *